ଭୁବନେଶ୍ୱର: ଆମ ଜୀବନରେ ଗଛର ଅନେକ ମହତ୍ୱ ରହିଛି। ଏଗୁଡିକ ବିନା ଜୀବନର କଳ୍ପନା କରିବା ଅସମ୍ଭବ ଅଟେ। ମାନ୍ୟତା ଓ ବାସ୍ତୁ ଅନୁସାରେ ସନାତନ ଧର୍ମରେ ବିଭିନ୍ନ ବୃକ୍ଷ ଆମ ପାଇଁ ବରଦାନ ଅଟେ। ବାସ୍ତୁ ଅନୁସାରେ ବିଭିନ୍ନ ଗଛର ଅନେକ ଗୁରୁତ୍ୱ ରହିଛି। ଚାଲନ୍ତୁ ଜାଣିବା ବାସ୍ତୁ ଅନୁଯାୟୀ ବୃକ୍ଷର ମହତ୍ତ୍ୱ।
ତୁଳସୀ ଗଛ: ତୁଳସୀ ଗଛର ଅନେକ ମହତ୍ୱ ରହିଛି। କାରଣ ତୁଳସୀ ହେଉଛନ୍ତି ଘରପାଇଁ ଶୁଭ, ତୁଳସୀ ଗଛ ଶୁଖିଯିବା ଅଶୁଭ ଅଟେ । କାହିଁକିନା ମାନ୍ୟତା ଅନୁସାରେ ସେ ଦେବୀ ଅଟନ୍ତି।
ଶ୍ରୀକୃଷ୍ଣଙ୍କର ତୁଳସୀଙ୍କ ବିନା କୌଣସି କାର୍ଯ୍ୟ କରାଯାଏ ନାହିଁ ଓ ବିନା ତୁଳସୀରେ ଶ୍ରୀକୃଷ୍ଣଙ୍କ ପୂଜା ଅସମ୍ଭବ ଅଟେ। ତୁଳସୀଙ୍କର ଅନ୍ୟ ନାମ ନାରାୟଣୀ ମଧ୍ୟ ଅଟେ। ତେଣୁ ତୁଳସୀ ବୃକ୍ଷ ଶୁଖିବା ପୂର୍ବରୁ କିଛି ଘଟଣା ହେବାର ସୂଚେଇ ଦେଏ ଥାଏ।
ଏଥିପ୍ରତି ସଜାଗ ରହିଲେ ବିଭିନ୍ନ ନାକାରତ୍ମକ ଘଟଣାରୁ ମୁକ୍ତି ମିଳେ। ଯଦି ତୁଳସୀ ଗଛର ପତ୍ର ଶୁଖି ଯ।ଉଛି, ତେବେ ଏହାକୁ ଘରେ ରଖନ୍ତୁ ନାହିଁ। ଏହାକୁ ଯେକୌଣସି ମନ୍ଦିର କିମ୍ବା ନଦୀରେ ବିସର୍ଜନ କରାଇ ଦିଅନ୍ତୁ। କାରଣ ଶୁଖି ଯାଇଥିବା ତୁଳସୀ ଗଛ ବା ପତ୍ର ଘର ପାଇଁ ଅଶୁଭ ଅଟେ। ଏହା ଭବିଷ୍ୟତର ବହୁ ବିପଦର ସୃଷ୍ଟି କରାଇଥାଏ
ମନିପ୍ଲାଣ୍ଟ ଗଛ: ବାସ୍ତୁ ଅନୁସାରେ ମନିପ୍ଲାଣ୍ଟକୁ ଧନ ବୃଦ୍ଧିର ସଙ୍କେତ ଦେଉଥିବା ଗଛ ବୋଲି କୁହାଯାଏ। ମାନ୍ୟତା ରହିଛି ଯେ ଘରେ ଯଦି ମନିପ୍ଲାଣ୍ଟ ସବୁଜ ଓ ସତେଜ ରୁହେ ତେବେ ସୁଖ ଓ ସମୃଦ୍ଧି ଘରକୁ ଆସିଥାଏ। ମନିପ୍ଲାଣ୍ଟ ଶୁଖିଯିବା ଦ୍ୱାରା ଏଥିରେ ବାଧକ ସୃଷ୍ଟି ହୁଏ। ସବୁବେଳେ ଧ୍ୟାନ ରଖିବେ ଯେ ମନିପ୍ଲାଣ୍ଟ ଯେପରି ଉପର ଆଡକୁ ବଢିବା ଆବଶ୍ୟକ।
ଅଶୋକ ଗଛ: ଅଶୋକ ଗଛକୁ ସକାରାତ୍ମକ ଶକ୍ତିର ପ୍ରତୀକ ବୋଲି କୁହାଯାଏ। ବାସ୍ତୁ ଅନୁସାରେ ଏହି ଗଛଟି ସବୁବେଳେ ଘରର ମୁଖ୍ୟ ଦ୍ୱାରରେ ରହିବ ଆବଶ୍ୟକ। ଏହି ଗଛଟି ଶୁଭ ଓ ମଙ୍ଗଳ ମୟ ହୋଇଥିବାରୁ ଏହାକୁ ବିଶେଷ କରି ମନ୍ଦିରରେ ଲଗାଯାଇଥାଏ।
ଯଦି ଅଶୋକ ଗଛ ଶୁଖିଯାଏ ତେବେ କୁହାଯାଏ ଯେ ଘରର ସୁଖ ଓ ଶାନ୍ତିରେ ବାଧା ଆସିଥାଏ। ଘରେ କଳହ ଓ ଆର୍ଥିକ ସମସ୍ୟା ଦେଖା ଦେଇଥାଏ। ତେଣୁ ଗଛ ଗୁଡିକର ଏହିସବୁ ସୂଚନା ଆମକୁ ଜୀବନ ପ୍ରତି ସତର୍କ କରିଥାଏ।