ନୂଆଦିଲ୍ଳୀ: କୁହାଯାଏ ଯେ ପ୍ରକୃତ ସମ୍ପର୍କ ଭଳି କୌଣସି ପରିଭାଷା ନଥାଏ । ଦୁଇ ଜଣ ମିଶି ପରସ୍ପରର ସାଥ୍ ରେ ସମ୍ପର୍କରୁ ଗଢ଼ିଥାନ୍ତି । ଏମିତିରେ ଉଭୟଙ୍କୁ ଉଭୟଙ୍କ ବିଭିନ୍ନ କଥାକୁ ସମ୍ମାନ ଦେବାକୁ ପଡ଼ିଥାଏ, କିନ୍ତୁ ଏମିତି କିଛି କଥା ଥାଏ ଯାହାକୁ ଇଗ୍ନୋର ମଧ୍ୟ କରିବାକୁ ପଡ଼ିଥାଏ । ତେବେ ଏହାର ଅର୍ଥ ଏମିତି ନୁହେଁ ଯେ ଆପଣ ସବୁକଥାରେ ଆଡଜଷ୍ଟ କରିବେ । ଆପଣଙ୍କୁ ବୁଝିବାକୁ ହେବ ଯେ କିଛି କଥା ଆପଣଙ୍କୁ ରିଲେସନସିପକୁ ଲମ୍ବା ସମୟ ପର୍ଯ୍ୟନ୍ତ ଆଗକୁ ବଢ଼ାଇପାରିବ ନାହିଁ । ଏମିତିରେ ଯଦି ଆପଣ କାହା ସହ ରିଲେସନସିପ୍ ରେ ଅଛନ୍ତି କିମ୍ବା ବିବାହର ପ୍ଲାନିଂ କରୁଛନ୍ତି, ତେବେ ଆପଣଙ୍କୁ ନିଶ୍ଚୟ ଥରେ ଏହି ବିଷୟରେ ଭାବିବା ଦରକାର ।
- ଆପଣଙ୍କ ପାର୍ଟନର ଯଦି ଆପଣ ଯେତେ ଉନ୍ନତି କଲେବି କମ୍ ବୋଲି ଭାବୁଛନ୍ତି ତେବେ ଆପଣ ବୁଝିଯାଆନ୍ତୁ ଯେ ଆପଣ ଏହି ଡ୍ରାମାକୁ ଅଧିକ ଦିନ ସମ୍ଭାଳିପାରିବେ ନାହିଁ । ଏହାଦ୍ୱାରା ଆପଣଙ୍କ କ୍ୟାରିୟରରେ ଅସୁବିଧା ଆସିବ ବରଂ ଆପଣଙ୍କ ରିଲେସନସିପ୍ ଚାଲିପାରିବ ନାହିଁ ।
- କଲେଜ୍ କିମ୍ବା ସ୍କୁଲ ବୟସରେ ଆଟ୍ରାକ୍ସନ କିମ୍ବା ଫ୍ଲର୍ଟିଙ୍ଗ୍ ଭଳି କଥାକୁ ଗୁୁରୁତର ସହ ନିଆଯାଇନଥାଏ । କିନ୍ତୁ ଯଦି ବୟସ ବଢ଼ିବା ସହ ଆପଣଙ୍କ ପାର୍ଟନରଙ୍କ ମଧ୍ୟରେ ଏବେ ପର୍ଯ୍ୟନ୍ତ ଏଭଳି ଅଭ୍ୟାସ ରହିଛି, ତେବେ ଆପଣଙ୍କୁ ଏଭଳି ପାର୍ଟନରଙ୍କୁ ଦୂରରୁ ନମସ୍କାର କରିଦେବା ଉଚିତ୍ । ଏମିତି ପୁରୁଷ ଉପରେ ଆପଣ ଭରଷା ଏବଂ ଦାୟିତ୍ୱନିଷ୍ଠାର ଆଶା ରଖିପାରିବେ ନାହିଁ ।
- କ୍ୟାରିୟର ପାଇଁ କୌଣସି ପ୍ଲାନିଂ ନହେବା: କ୍ୟୁଟ୍ ଏବଂ ଚାର୍ମିଂ ପାର୍ଟନର ଆପଣଙ୍କ ମୁଡ୍ ଅପଲିଫ୍ଟ କରିପାରେ କିନ୍ତୁ ପ୍ରାକ୍ଟିକାଲ ରିଲେସନସିପ୍ କୁ ଚଳାଇବା ପାଇଁ ଅନ୍ୟ କଥା ବି ଜରୁରୀ ହୋଇଥାଏ । ଆପଣଙ୍କୁ ପାର୍ଟନରଙ୍କର ଯଦି ଫ୍ୟୁଚର ପ୍ଲାନ୍ ନାହିଁ, ତେବେ ଆପଣଙ୍କୁ ବିବାହ ନିଷ୍ପତ୍ତି ଉପରେ ପୁଣିଥରେ ଭାବିବାର ଆବଶ୍ୟକ ରହିଛି ।