fbpx
BSKY
BJD SHG SKY
BJD MC SKY

ଆଗରୁ କେବେ ଦେଖି ନଥିବେ, ପ୍ରକୃତିର ଏପରି ଅଦ୍ଭୁତ ଦୃଶ୍ୟ

ନୂଆଦିଲ୍ଲୀ : ଆମର ପ୍ରକୃତି ଏତେ ସୁନ୍ଦର ଯାହାର ଆମେ କଳନା ମଧ୍ୟ କରିଥାନ୍ତି । ପ୍ରକୃତି ଆମକୁ ବେଳେବେଳେ ଏପରି ଦୃଶ୍ୟ ଦେଖାଇ ଥାଏ ଯାହାକୁ ଦେଖିବା ପରେ ଆମେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥାଉ । କେତେବେଳେ ଆମେ ସମୁଦ୍ରର ବଡ ଢେଉ ଦେଖିଥାଉ କେତେବେଳେ ଆମେ ଆକାଶରେ ରଙ୍ଗିନ ଇନ୍ଦ୍ରଧନୁ ଦେଖିବାକୁ ମିଳେ । କିନ୍ତୁ ଏହା ଜରରୀ ନୁହେଁ ପ୍ରକୃତି ଦେଖାଉଥିବା ସବୁ ଦୃଶ୍ୟ ଆମ ଆଖିକୁ ବା ଆମକୁ ସୁହାଇଲା ପରି ହୋଇଥିବ ।

ଏବେ ସୋସିଆଲ ମିଡିଆରେ ଏକ ଏପରି ଭିଡିଓ ଭାଇରାଲ ହେବାକୁ ଲାଗୁଛି ଯାହାକୁ ଅନେକ ଲୋକ ସେୟାର କରିଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳୁଛି ପୃଥିବୀ ପୃଷ୍ଟରୁ ଆକାଶ ପର୍ଯ୍ୟନ୍ତ ବିଜୁଳି ଚିତ୍ର ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ଦେଖିବାକୁ ମିଳିଛି ବହୁତ ଜୋରରେ ବିଜୁଳିମାରୁଛି । ଏହି ଭିଡିଓ ଦେଖିଲେ ଆପଣ ଜାଣିବେ ଏଥିରେ ବିଜୁଳି ପୃଥିବୀ ପୃଷ୍ଠରୁ ଆକାଶକୁ ଏହି ବିଜୁଳି ଯାଉଛି ।

ତେବେ ଏହି ପରି ଦୃଶ୍ୟ କେବେ କେବେ ଦେଖିବାକୁ ମିଳେ । ଏହି ଭିଡିଓକୁ ଏକ୍ସରେ ପ୍ରଥମେ ଅପଲୋଡ ହୋଇଥିଲା । ଏହାର କ୍ୟାପସନରେ ଲେଖା ହୋଇଥିଲା ଭୂପୃଷ୍ଟରୁ ଆକାଶକୁ ଯାଉଛି ବିଜୁଳି । ଏପରି ଦୃଶ୍ୟ ବହୁତ କମ ଦେଖିବାକୁ ମିଳେ । ଏହି ଦୃଶ୍ୟ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଛି । ଏହି ଭିଡିଓକୁ ୨୪୬ ହଜାରରୁ ମଧ୍ୟ ଅଧିକ ଲୋକ ଦେଖି ସାରିଛନ୍ତି । ଅନେକ ଲୋକ ଲେଖିଛନ୍ତି ସେମାନେ ଏପରି ଦୃଶ୍ୟ ଆଗରୁ କେବେ ଦେଖି ନଥିଲେ ।

Get real time updates directly on you device, subscribe now.