ଗ୍ରୀଷ୍ମ ସିଜିନ ଆରମ୍ଭ ହୋଇଗଲାଣି । ବର୍ତ୍ତମାନ ପ୍ରତିଦିନ ତାତି ବଢ଼ିବାରେ ଲାଗିଛି । ଗରମରୁ ଟିକେ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ ପ୍ରକାର ପାନୀୟକୁ ଆଦରି ନେଉଛନ୍ତି । ତେବେ ଏହି ସମୟରେ କୋଲଡ୍ରିଙ୍କ ଓ ମିନେରାଲ ୱାଟରର ଚାହିଦା ବହୁତ ବଢ଼ିବାରେ ଲାଗିଛି । କାରଣ ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ଲୋକେ ଥଣ୍ଡା ଜିନିଷ ପ୍ରତି ଆକଷ୍ଟ ହୋଇଥାନ୍ତି ।
ଅନେକ ଲୋକ କୋଲଡ୍ରିଙ୍କ ଓ ମିନେରାଲ ୱାଟର ବୋତଲକୁ ଫୋପାଡ଼ନ୍ତି ନାହିଁ । ସେହି ବୋତଲରେ ପାଣି ଭର୍ତ୍ତି କରି ଫ୍ରିଜରେ ରଖି ଥଣ୍ଡା ପାଣି ପିଇଥାନ୍ତି । ଏହା କିନ୍ତୁ ଆମ ସ୍ୱାସ୍ଥ୍ୟ ବହୁତ ଖରାପ ଅଟେ । ପ୍ଲାଷ୍ଟିକ ବୋତଲରେ ଅଧିକ ଦିନ ପାଇଁ ପାଣି ପିଇବା ଅନୁଚିତ । କାରଣ ପ୍ଲାଷ୍ଟିକ ବୋତଲରୁ ଫ୍ଲୋରାଇଡ ଓ ଆର୍ସେନିକ ଭଳି ପଦାର୍ଥ ଉତ୍ପନ୍ନ ହୁଏ, ଯାହା ଶରୀର ପାଇଁ କ୍ଷତିକାରକ ଅଟେ । ପ୍ଲାଷ୍ଟିକ ବୋତଲ କାରରେ ରଖିବା ଦ୍ୱାରା ତାହା ଗରମ ହୋଇଯାଇଥାଏ । ଫଳରେ ସେଥିରୁ ଡାୟକ୍ସିନ ନାମକ ଏକ ପଦାର୍ଥ ସୃଷ୍ଟି ହୁଏ, ଯାହା କ୍ୟାନସରକୁ ଡାକି ଆଣିଥାଏ ।