ନୂଆବର୍ଷରେ Bajaj ଦେଲା ଖୁସି ଖବର, ବଜାରକୁ ଆସିବ ନୂଆ Bajaj…

ନୂଆଦିଲ୍ଲୀ: ନୂଆ ରୂପରେ ବଜାରକୁ ଆସିବ ପଲସର ବାଇକ । କମ୍ପାନୀ ବଜାଜ ଅଟୋ ପଲସରର ନୂଆ ପଲସର ଲଞ୍ଚ କରିବାକୁ ଯାଉଛି । ଏନେଇ କମ୍ପାନୀ ପକ୍ଷରୁ ହିଁ ସୂଚନା ଦିଆଯାଇଛି । କମ୍ପାନୀ ଏହି ମୋଟର ସାଇକେଲର ଟିଜରକୁ ସୋସିଆଲ ମିଡିଆ ଆକାଉଣ୍ଟରୁ ପୋଷ୍ଟ କରିଛି । ଏହା କମ୍ପାନୀର RS-ବ୍ରାଣ୍ଡେଡ୍ ମଡେଲ୍ ହୋଇପାରେ ।

RS200 କିମ୍ବା ଏକ ନୂଆ RS400 ମଡେଲ୍‌ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଦୀର୍ଘଦିନ ହେବେ ଏନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ବର୍ତ୍ତମାନ କମ୍ପାନୀ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି । ଟିଜରରେ ରହିଥିବା ମୋଟର ସାଇକେଲ୍ ଯଦି ଅପଡେଟେଡ୍‌ RS200 ହୁଏ, ତେବେ ମଡେଲକୁ ଆଧୁନିକୀକରଣ କରିବା ପାଇଁ ଅନେକ ଅପଗ୍ରେଡ୍ କରାଯାଇପାରେ । ବ୍ଲୁଟୁଥ୍ କନେକ୍ଟିଭିଟି ଏବଂ ଟର୍ଣ୍ଣ-ବାଇ-ଟର୍ଣ୍ଣ ନାଭିଗେସନ୍‌କୁ ସମର୍ଥନ କରିପାରେ । ଏଥିରେ 199.5cc, ସିଙ୍ଗଲ୍-ସିଲିଣ୍ଡର ଇଞ୍ଜିନ ବ୍ୟବହାର କରାଯାଇପାରେ ।

ଅନ୍ୟପଟେ ଏହା ଯଦି ବଜାଜ୍ RS400 ହୁଏ, ତେବେ RS ଲାଇନ୍ଅପ୍‌ର ହୋଇପାରେ । ଏହା କମ୍ପାନୀର RS ବ୍ରାଣ୍ଡ ପୋର୍ଟଫୋଲିଓକୁ ମଜଭୁତ କରିବ ।  NS400Z ପରି ସମାନ 373cc, ଲିକ୍ବିଡ୍‌-କୁଲ୍ଡ, ସିଙ୍ଗଲ୍ ସିଲିଣ୍ଡର ଇଞ୍ଜିନ୍ ବ୍ୟବହାର କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏହି ବାଇକ ଲଞ୍ତ ହେଲା ପରେ ବିକ୍ରି ମଧ୍ୟ ସେହି ଗୁଣରେ ବୃଦ୍ଧି ପାଇବ ବୋଲି କୁହାଯାଇଛି । ଦାମ୍ ଅପେକ୍ଷାକୃତ ଅଧିକ ରହିପାରେ ବୋଲି ଜଣାପଡିଛି ।