fbpx

ଯୋଡାରେ ଅଲୋଡ଼ା ଶିଶୁ କନ୍ୟା, ଗୋଲେଡନ କ୍ୟାମ୍ପର ଏକ ଡଷ୍ଟବିନ୍‌ରୁ ଉଦ୍ଧାର ହେଲା ନବଜାତ

ଯୋଡା, (ଭାସ୍କର ନ୍ୟୁଜ୍‌): ଖଣି ଅଂଚଳରେ ଗୋଟିଏ ପରେ ଗୋଟିଏ ଶିଶୁ କନ୍ୟା ଅଲୋଡା ଘଟଣା ସେଚତନ ବ୍ୟକ୍ତିଙ୍କୁ ଏବେ ମର୍ମାହତ କରିଛି । ସୋମବାର ଅପରାହ୍ନରେ ଟାଟା ଡାକ୍ତରଖାନା ନିକଟ ଗୋଲେଡନ କ୍ୟାମ୍ପର ଏକ ଡଷ୍ଟବିନ୍‌ ଭିତରୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଶିଶୁ କନ୍ୟାଟି ଡଷ୍ଟବିନ୍‌ ଭିତରେ ପଡି ଅତି ବିକଳ ହୋଇ କାନ୍ଦୁଥିବା ଥିବାବେଳ ଉକ୍ତ ଡଷ୍ଟବିନ୍‌ ଚାରିପଟେ ବୁଲା କୁକୁର ଘେରିଯାଇଥିଲେ । ତେବେ ନିକଟରେ ଖେଳୁଥିବା କିଛି ଛୋଟ ପିଲା ଶିଶୁଟିର କାନ୍ଦ ଶୁଣି ଡଷ୍ଟବିନ୍‌ ନିକଟକୁ ଯାଇ ଶିଶୁ କନ୍ୟାଟିକୁ ଦେଖିବାକୁ ପାଇଥିଲେ। ପରେ ଟାଟା ଡାକ୍ତରଖାନୋର କାର୍ଯ୍ୟରତ ଜେଣ ସେବିକା ଗ୍ରେସ ଟିଗା ଖବର ପାଇ ଶିଶୁ କନ୍ୟାଟିକୁ ଉଦ୍ଧାର କରି ଏହାର ପ୍ରାଥମିକ ଚିକିତ୍ସା କରାଇଥିଲେ । ତେବେ ଶିଶୁଟିର ନାଭିରେ ଡାକ୍ତରଖାନୋର ଦିଆଯାଉଥିବା କ୍ଲିପ୍‌ ଲାଗିଥିବା ଦେଖିବାକୁ ମିଳିଥିଲା । ଶିଶୁଟି ଏବେ ସୁସ୍ଥ ଥିବା ବେଳେ ଟାଟା କେଲାନୀ ମଧ୍ୟରେ ଲାଗିଥିବା ସିସିଟିଭି କ୍ୟୋମରାରୁ ଖୋଜାଗଲେ ଏହାର ଜନ୍ମଦାତ୍ରୀଙ୍କୁ ଚିହ୍ନଟ କରାଯାଇପାରିବ ବୋଲି ସୂଚନା ମିଳିଛି । ଏହି ଖବର ପାଇ ଚମ୍ପୁଆ ଚାଇଲ୍ଡ ଲାଇନର ସଦସ୍ୟା ହେମାଦ୍ରୀ ନାଏକ ଟାଟା ଡାକ୍ତରଖାନୋର ପହଂଚି ଶିଶୁଟିକୁ କେନ୍ଦୁଝର ଶିଶୁ ଯତ୍ନ କେନ୍ଦ୍ରକୁ ନେଇଯେିବ ବୋଲି ଜଣାପଡିଛି ।

Get real time updates directly on you device, subscribe now.