fbpx

Big Breaking: ବୁଧବାର ୪ଟା ୪୫ରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ

ଭୁବନେଶ୍ୱର: ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ବୁଧବାର ଦିନ ଶପଥ ନେବେ । ଅପରାହ୍ଣ ୪ଟା ୪୫ରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ କରିବେ । ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ୨ଟା ୧୦ରେ ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ବିମାନ ବନ୍ଦରରୁ ସିଧା ରାଜଭବନ ଯିବେ । ରାଜଭବନରୁ ଜନତା ମଇଦାନ ସମାରୋହରେ ପିଏମ ମୋଦୀ ପହଞ୍ଚିବେ ।

ଦେଶରେ ସାଧାରଣ ନିର୍ବାଚନ ୨୦୨୪ରେ ବିଜେପି ବହୁମତ ହାସଲ କରିଛି । ଗତକାଲି ପ୍ରଧାନମନ୍ତ୍ରୀ ଲଗାତାର ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥପାଠ କରିଛନ୍ତି । ଏହାରି ମଧ୍ୟରେ ଏପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଚୟନ କରାଯାଇନାହିଁ । ଏନେଇ ଚର୍ଚ୍ଚା ଜୋର ଧରିଛି । ତେବେ ବୁଧବାର ୧୨ ଜୁନରେ ଜଣାପଡିବ କିଏ ହେବ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ । ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥପାଠ କରିବାର ସମୟ ସୀମା ବର୍ତ୍ତମାନ ଧାର୍ଯ୍ୟ କରାଯାଇଛି ।

Get real time updates directly on you device, subscribe now.