fbpx

ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାର ଆଣିବେ ନୂଆ ସମବାୟ ନୀତି: LAMPS ଓ PACS ଡିଜିଟାଲାଇଜେସନ୍ କରାଇବାରେ ଓଡ଼ିଶା ହେବ ପ୍ରଥମ ରାଜ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାର ଆଣିବାକୁ ଯାଉଛନ୍ତି ନୂଆ ସମବାୟ ନୀତି । ଏନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ଏନେଇ ଏକ କମିଟି ଗଠନ କରାଯାଇଛି । ଜଣେ ଅତିିକ୍ତ ସଚିବ ପାହ୍ୟାର ଅଧିକାରୀଙ୍କୁ ଏହି କମିଟିର ଅଧ୍ୟକ୍ଷ କରାଯାଇଛି ।

ସେହିପରି ସମବାୟ ବ୍ୟାପାର ସହ ଜଡ଼ିତ ଅନ୍ୟ ଅଂଶୀଦାରମାନଙ୍କୁ ମଧ୍ୟ ଏହି କମିଟିରେ ରଖାଯାଇଛି । ନୀତି ନିର୍ଦ୍ଧାରଣ ପୂର୍ବରୁ ବିଭାଗୀୟ ନିର୍ଦ୍ଦେଶକମାନଙ୍କ ସହିତ ଆଲୋଚନା କରାଯାଉଛି । ଏହାଛଡ଼ା ରାଜ୍ୟ ସମବାୟ ସମିତିଗୁଡ଼ିକର ନିର୍ବାଚିତ ପ୍ରତିନିଧି, ସମବାୟବିତ୍, ଯୁବ ଉଦ୍ୟୋଗୀଙ୍କ ମତାମତ ନିଆଯିବ । ବିଭିନ୍ନ ପ୍ରସ୍ତାବକୁ ଆଧାର କରି ସମବାୟ ନୀତି ପ୍ରଣୟନ କରାଯିବ ବୋଲି ଜଣାପଡ଼ିଛି ।

ସମବା ନୀତି ପ୍ରସ୍ତୁତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସମସ୍ତ ବିଭାଗ ମଧ୍ୟରେ ଠିକ୍ ଭାବେ ସମନ୍ୱୟ ରଖି କିପରି ନୀତି ପ୍ରସ୍ତୁତ ହୋଇପାରିବ, ସେନେଇ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । କେନ୍ଦ୍ର ସରକାର ସ୍ୱତନ୍ତ୍ର ଭାବେ ସମବାୟ ମନ୍ତ୍ରଣାଳୟ ସୃଷ୍ଟି କରିସାରିଥିବା ବେଳେ ସମବାୟଗୁଡ଼ିକ କିପରି ରାଜ୍ୟକୈନ୍ଦ୍ରିକ ହୋଇପାରିବ ସେଥିନେଇ ଦୃଷ୍ଟି ଦିଆଯାଇଛି ।

ରାଜ୍ୟରେ ପାଖାପାଖି ୨୭୦୮ ଲ୍ୟାମ୍ପସ/ ପ୍ୟାକ୍ସ ରହିଥିବା ବେଳେ ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ଏହାର ଡିଜିଟାଲାଇଜେସନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ଟି କାର୍ଯ୍ୟକ୍ରମ ଅଧୀନରେ ଏହି ଡିଜିଟାଲାଇଜେସନ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହେବ । ଏନେଇ ଚଳିତ ବଜେଟରେ ୧.୮ କୋଟି ବ୍ୟୟ ବରାଦ କରାଯାଇଛି ।

Get real time updates directly on you device, subscribe now.