fbpx

୨୧ ରାଷ୍ଟ୍ରକୁ ମାଡିଗଲାଣି ନୂଆ ପ୍ରଜାତି ‘ଓମିକ୍ରନ୍‌’, ଦକ୍ଷିଣ ଆଫ୍ରିକାରେ ରକେଟ ବେଗରେ ବ୍ୟାପୁଛି

ନୂଆଦିଲ୍ଲୀ: କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍‌’ ଏବେ ଗୋଟିଏ ପରେ ଗୋଟିଏ ରାଷ୍ଟ୍ରକୁ ବ୍ୟାପିବାରେ ଲାଗିଛି । ଇତି ମଧ୍ୟରେ ଓମିକ୍ରନ୍‌ ପ୍ରଜାତି ୨୧ ରାଷ୍ଟ୍ରକୁ ବ୍ୟାପିସାରିଲାଣି । ଅଧିକାଂଶ ୟୁରୋପୀୟ ରାଷ୍ଟ୍ରରେ ଓମିକ୍ରନ୍‌ ଚିହ୍ନଟ ହୋଇଥିବାରୁ କଟକଣା ବଢ଼ାଇ ଦିଆଯାଇଛି । କରୋନାର ଅନ୍ୟ ଭାରିଆଣ୍ଟ ତୁଳନାରେ ଓମିକ୍ରନ୍‌ ଅତ୍ୟନ୍ତ ସଂକ୍ରାମକ ହୋଇଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ଅତ୍ୟନ୍ତ ଚିନ୍ତାଜନକ ପ୍ରଜାତି ବୋଲି କହିଛନ୍ତି । ‘ହୁ’ କହିଛି ଯେ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ ବର୍ଗ, ଅସୁସ୍ଥ ଏବଂ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ଥିବା ଲୋକମାନେ ଭ୍ରମଣ ବନ୍ଦ କରିବା ଉଚିତ ।

ପ୍ରଥମେ ନଭେମ୍ବର ୨୪ରେ ୟୁରୋପରେ ଓମିକ୍ରନ୍ ଚିହ୍ନଟ ହୋଇଥିବା ଘୋଷଣା ହୋଇଥିଲା। ଏହା ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା। ଏବେ ସଂକ୍ରମଣ ଏଠାରେ ରକେଟ ବେଗରେ ମାଡ଼ିଲାଣି। ସବୁଠୁ ଚିନ୍ତାଜନକ ହେଉଛି ଏବେ ଦୈନିକ ସଂକ୍ରମଣ ୩୦୦୦ ଉପରେ ରହିଛି। ଏବେ ଏହା ଅଷ୍ଟ୍ରେଲିଆ, ଇଟାଲି ଏବଂ ବ୍ରିଟେନ୍‌ ସମେତ ୨୧ ରାଷ୍ଟ୍ରକୁ ବ୍ୟାପିଲାଣି । ଅଷ୍ଟ୍ରେଲିଆର ସିଡ୍‌ନିରେ ୨ ଜଣ ଓମିକ୍ରନ୍‌ ପ୍ରଜାତିରେ ସଂକ୍ରମିତ ହୋଇଥିବା ବେଳେ ଜର୍ମାନୀରେ ୨ଟି ମାମଲା, କାନାଡ଼ାରେ ୨ଟି ମାମଲା, ନେଦରଲାଣ୍ଡ୍‌, ଇସ୍ରାଏଲ, ସାଉଦି ଆରବ, ସ୍ବିଜରଲା‌ଣ୍ଡ୍‌, ବେଲଜିୟମ, ଇଟାଲି, ହଂକଂରେ ବି ଓମିକ୍ରନ୍‌ ପ୍ରଜାତି ଚିହ୍ନଟ ହୋଇଛି। ସାଉଦି ଆରବରେ ଆଜି ପ୍ରଥମ ମାମଲା ଚିହ୍ନଟ ହେବାପରେ ବିମାନ ଚଳାଚଳ ଉପରେ କଟକଣା ଲାଗୁ ହୋଇଛି।

 

Get real time updates directly on you device, subscribe now.