fbpx

ଆଜି ଦାୟିତ୍ୱ ନେବେ ନୂଆ ପୋଲିସ କମିଶନର

ଭୁବନେଶ୍ୱର, ୯ା୩ (ଓଡିଶା ଭାସ୍କର): ଦ୍ୱୈତ ନଗରୀର ନୂଆ ପୋଲିସ କମିଶନର ଆଜି ଦାୟିତ୍ୱ ନେବେ । କ୍ରାଇମବ୍ରାଞ୍ଚର ଏଡିଜି ଥିବା ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ନୂଆ ସିପି ଭାବେ ନିଯୁକ୍ତି ଦିଆଯାଇଛି । ସୌମେନ୍ଦ୍ର ହେଉଛନ୍ତି ୧୯୯୫ ବ୍ୟାଚର ଆଇପିଏସ ଅଫିସର । ଆଜିଠାରୁ ସେ କଟକ-ଭୁବନେଶ୍ୱର କମିଶନରେଟର ନୂଆ ସିପି ଭାବେ କାର୍ଯ୍ୟ କରିବେ ।

ତେବେ ଏହି ଦାୟିତ୍ୱ ମିଳିବା ପରେ ସୌମେନ୍ଦ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି । ସରକାର ତାଙ୍କ ଉପରେ ବିଶ୍ୱାସ ରଖି ଏକ ଗୁରୁଦାୟିତ୍ୱ ପ୍ରଦାନ କରିଥିବାରୁ ସେ ଦାୟିତ୍ୱ ସମ୍ପାଦନ ପାଇଁ ଉଦ୍ୟମ କରିବେ ବୋଲି କହିଛନ୍ତି । ତେବେ ପୂର୍ବରୁ ସିପି ଦାୟିତ୍ୱରେ ଥିବା ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଗୃହ ନିର୍ମାଣ ନିଗମର ସିଏମଡି ଭାବେ ନିଯୁକ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ଗତକାଲି ପୋଲିସ କମିଶନର ପରିବର୍ତ୍ତନ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

Get real time updates directly on you device, subscribe now.