ଏହି ବ୍ୟକ୍ତିଙ୍କ ଶରୀରରେ ଅଛି ପାଞ୍ଚଟି କିଡନୀ, କେବଳ ଗୋଟିଏ କରୁଛି କାମ… ଅନ୍ୟ ଚାରୋଟି ପଛରେ କ’ଣ ରହିଛି ସାଇନ୍ସ?

ସମସ୍ତଙ୍କ ଶରୀରରେ ଦୁଇଟି କିଡନୀ ଥାଏ । କିନ୍ତୁ ଲୋକମାନେ କୌଣସି ଅଭାବଗ୍ରସ୍ତ ବ୍ୟକ୍ତିଙ୍କୁ ଗୋଟିଏ କିଡନୀ ମଧ୍ୟ ଦାନ କରିପାରିବେ । କାରଣ ଆମ ଶରୀର ଗୋଟିଏ କିଡନୀ ବା ବୃକକ୍ ସହିତ ମଧ୍ୟ କାମ କରିପାରିବ ।
କିନ୍ତୁ ନୂଆଦିଲ୍ଲୀର ୪୭ ବର୍ଷୀୟ ବୈଜ୍ଞାନିକ ଦେବେନ୍ଦ୍ର ବାର୍ଲେୱାରଙ୍କ ଶରୀରରେ ଦୁଇଟି ନୁହେଁ ପାଞ୍ଚଟି କିଡନୀ ଅଛି । ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଗଲ କି? କିନ୍ତୁ ଏହା ସତ୍ୟ । ଦେବେନ୍ଦ୍ର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟରେ ଜଣେ ବୈଜ୍ଞାନିକ ଭାବରେ କାର୍ଯ୍ୟ କରନ୍ତି ।

ଦେବେନ୍ଦ୍ରଙ୍କ ଶରୀରରେ ପାଞ୍ଚଟି କିଡନୀ କିପରି ଅଛି, ତାହାର ଉତ୍ତର ଆମେ ଆପଣଙ୍କୁ କହିବୁ । ପ୍ରକୃତରେ, ଦେବେନ୍ଦ୍ର ବାରଲେୱାରଙ୍କର ତିନିଥର କିଡନୀ ପ୍ରତିରୋପଣ ହୋଇଛି । ତାଙ୍କର ପାଞ୍ଚଟି କିଡନୀ ମଧ୍ୟରୁ କେବଳ ଗୋଟିଏ କାମ କରୁଛି ।

ଟାଇମ୍ସ ଅଫ୍ ଇଣ୍ଡିଆ ଅନୁଯାୟୀ, ଦେବେନ୍ଦ୍ର ବାରଲେୱାର ଦୀର୍ଘ ଦିନ ଧରି କ୍ରନିକ୍ କିଡନୀ ରୋଗ (ସିକେଡି) ରେ ପୀଡିତ ଥିଲେ । ତାଙ୍କୁ ସମୟ ସମୟରେ ଡାଏଲିସିସ୍ ଆବଶ୍ୟକ ହେଉଥିଲା । ଏପରି ପରିସ୍ଥିତିରେ, ୨୦୧୦ ମସିହାରେ ଡାକ୍ତରମାନେ ବାର୍ଲେୱାରଙ୍କର ପ୍ରଥମ କିଡନୀ ପ୍ରତିରୋପଣ କରିଥିଲେ । ସେ ତାଙ୍କ ମାଆଙ୍କଠାରୁ ତାଙ୍କର ପ୍ରଥମ କିଡନୀ ପାଇଥିଲେ । ଏହି କିଡନୀ ପ୍ରତିରୋପଣ ସଫଳ ହୋଇଥିଲା ଏବଂ ତାଙ୍କୁ ପ୍ରାୟ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଡାଏଲିସିସ୍ ଆବଶ୍ୟକ ନଥିଲା ।

ଦେବେନ୍ଦ୍ରଙ୍କ ଦ୍ୱିତୀୟ ପ୍ରତିରୋପଣ ୨୦୧୨ ମସିହାରେ କରାଯାଇଥିଲା । ଏଥର ତାଙ୍କର ଜଣେ ସମ୍ପର୍କୀୟ ତାଙ୍କୁ ଏକ କିଡନୀ ଦାନ କରିଥିଲେ । ୨୦୨୨ ମସିହା ପର୍ଯ୍ୟନ୍ତ ସବୁକିଛି ଠିକ୍ ଚାଲିଥିଲା ଏବଂ କିଡନୀ ଠିକ୍ ଭାବରେ କାମ କରୁଥିଲା । କିନ୍ତୁ କୋଭିଡ୍ ସଂକ୍ରମିତ ହେବା ପରେ ବାରଲେୱାରଙ୍କୁ ପୁଣି ଥରେ ଡାଏଲିସିସ୍ କରିବାକୁ ବାଧ୍ୟ କରାଯାଇଥିଲା । ସେବେଠାରୁ ସେ ଡାଏଲିସିସ୍ ସାହାଯ୍ୟରେ ଜୀବନ ବିତାଉଥିଲେ ।
୨୦୨୩ ମସିହାରେ ଜଣେ ମୃତ ବ୍ୟକ୍ତି ତାଙ୍କର ଅଙ୍ଗ ଦାନ କରିଥିଲେ ଏବଂ ପୁଣିଥରେ ଦେବେନ୍ଦ୍ର ବାରଲେୱାରଙ୍କୁ ଏକ କିଡନୀ ମିଳିଥିଲା । ଏହି କିଡନୀ ଜଣେ ବ୍ରେନ ଡେଡ୍ ଡୋନର ଦାନ କରିଥିଲେ ।

ଅମୃତା ହସ୍ପିଟାଲର ବରିଷ୍ଠ ପରାମର୍ଶଦାତା ଏବଂ ୟୁରୋଲୋଜି ମୁଖ୍ୟ ଡାକ୍ତର ଅନିଲ ଶର୍ମା ଚଳିତ ବର୍ଷ ଜାନୁଆରୀ ମାସରେ ସଫଳ କିଡନୀ ପ୍ରତିରୋପଣ କରିଥିଲେ । ପ୍ରାୟ ୧୦ ଦିନ ପରେ ବାରଲେୱାରଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । ଏବେ ତାଙ୍କ କିଡନୀ ସ୍ୱାଭାବିକ ଭାବରେ କାର୍ଯ୍ୟ କରୁଛି । ଡାକ୍ତରଙ୍କ ଅନୁସାରେ, ତୃତୀୟ ଦାନ କରାଯାଇଥିବା କିଡନୀକୁ ବାରଲେୱାରଙ୍କ ନିଜ କିଡନୀ ଏବଂ ଅନ୍ୟ ପ୍ରତିରୋପିତ କିଡନୀ ମଧ୍ୟରେ ଡାହାଣ ପାର୍ଶ୍ୱରେ ରଖାଯାଇଛି ।

ତିନିଥର ମିଳିଲା କିଡନୀ:
ଡକ୍ଟର ଶର୍ମା ଏହି ପ୍ରତିରୋପଣକୁ ଏକ ଚ୍ୟାଲେଞ୍ଜିଂ ଭାବରେ ବର୍ଣ୍ଣନା କରିଥିଲେ । ଡାକ୍ତର ଶର୍ମା କହିଛନ୍ତି ଯେ ଦୀର୍ଘକାଳୀନ କ୍ରନିକ୍ ବୃକକ୍ ରୋଗ ଏବଂ ବିଫଳ ପ୍ରତିରୋପଣ ରୋଗୀଙ୍କ ପାଇଁ ଅଙ୍ଗ ପ୍ରତ୍ୟାଖ୍ୟାନର ଆଶଙ୍କା ବୃଦ୍ଧି କରେ । ଚାରୋଟି କିଡନୀ ଥିବାରୁ, ପଞ୍ଚମଟିକୁ ଲଗାଇବା ବହୁତ କଷ୍ଟକର ଥିଲା । ଯୋଜନା ଅନୁସାରେ ପଞ୍ଚମ କିଡନୀ ପ୍ରତିରୋପଣ କରାଯାଇଥିଲା ।
କିଡନୀ ପ୍ରତିରୋପଣ ପରେ ଏବେ ବାରଲେୱାର ପୁଣି ଥରେ ଆଶ୍ୱସ୍ତିର ନିଶ୍ୱାସ ନେଇଛନ୍ତି । ବାରଲେୱାରଭାଗ୍ୟବାନ ଯେ ତାଙ୍କୁ ଥରେ ନୁହେଁ ତିନିଥର କିଡନୀ ମିଳିଛି । କାରଣ ଅଧିକାଂଶ ଲୋକଙ୍କ ପାଇଁ କିଡନୀ ପାଇବା ମଧ୍ୟ ଏକ ଚ୍ୟାଲେଞ୍ଜପୂର୍ଣ୍ଣ ।

ବୃକକ୍ ପ୍ରତିରୋପଣ କ’ଣ?

ବୃକକ୍ ପ୍ରତିରୋପଣ ଏକ ଅସ୍ତ୍ରୋପଚାର । ଏହି ସମୟରେ, କ୍ଷତିଗ୍ରସ୍ତ ବୃକକ୍ କୁ ଡୋନରଙ୍କ ବୃକକ୍ ସହିତ ବଦଳାଯାଏ । କିଡନୀ ପ୍ରତିରୋପଣ ପରେ ଲୋକମାନେ ସାଧାରଣ ଜୀବନଯାପନ କରିପାରିବେ । ପ୍ରତିରୋପଣର ତିନି ମାସ ମଧ୍ୟରେ ଅଧିକାଂଶ ଲୋକ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଆନ୍ତି । କୁହାଯାଏ ଯେ ଯଦି ଜଣେ ଜୀବିତ ବ୍ୟକ୍ତିଙ୍କ ଠାରୁ ଏକ କିଡନୀ ଦାନ କରାଯାଏ, ତେବେ ପ୍ରତିରୋପଣ ୨୦-୨୫ ବର୍ଷ ପର୍ଯ୍ୟନ୍ତ ସଫଳ ରହିଥାଏ । ମୃତ ଦାତାଙ୍କଠାରୁ କିଡନୀ ପ୍ରତିରୋପଣ ୧୫-୨୦ ବର୍ଷ ପର୍ଯ୍ୟନ୍ତ ରହିଥାଏ । ଜଣେ ବ୍ୟକ୍ତି ତିନିଥର ପ୍ରତିରୋପଣ କରିବା ବହୁତ ଆଶ୍ଚର୍ଯ୍ୟଜନକ । କାରଣ ମେଳ ଖାଉଥିବା ଡୋନର ଖୋଜିବା ଏତେ ସହଜ ନୁହେଁ ।