fbpx

G-20 ସମ୍ମିଳନୀରେ ଭାରତର ବଡ଼ ସଫଳତା: ‘ନୂଆଦିଲ୍ଲୀ ଲିଡର୍ସ ଘୋଷଣାପତ୍ର’କୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଆଜିଠାରୁ ନୂଆଦିଲ୍ଲୀଠାରେ ଆରମ୍ଭ ହୋଇଥିବା ଦୁଇଦିନିଆ ଜି-୨୦ ଶିଖର ସମ୍ମିଳନୀରେ ଭାରତକୁ ଏକ ବଡ଼ ସଫଳତା ମିଳିଛି । ‘ନୂଆଦିଲ୍ଲୀ ଲିଡର୍ସ ଘୋଷଣାପତ୍ର’କୁ ମଞ୍ଜୁରୀ ମିଳିଛି । ସମସ୍ତଙ୍କର କଠିନ ପରିଶ୍ରମ ଓ ସହଯୋଗ ଫଳରେ ଏହା ସମ୍ଭବ ହୋଇ ପାରିଛି । ନୂଆଦିଲ୍ଲୀ ଜି-୨୦ ନେତାଙ୍କର ଶିଖର ସମ୍ମିଳନୀର ଘୋଷଣା ଉପରେ ସାଧାରଣ ସହମତି ପ୍ରକାଶ ପାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି ।

ଦେଶର ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ଠାରେ ଜି-୨୦ର ଶିଖର ସମ୍ମିଳନୀ ଜାରି ରହିଥିବା ବେଳେ ଦ୍ୱିପ୍ରହର ସମୟରେ ପ୍ରଧାନମନ୍ତ୍ରୀ ଏନେଇ ନିଜେ ସୂଚନା ଦେଇଛନ୍ତି । ନୂଆଦିଲ୍ଲୀ ଜି-୨୦ ଲିଡର୍ସ ଘୋଷଣା ପତ୍ରକୁ ସମସ୍ତ ଦେଶ ସହମତି ପ୍ରଦାନ କରିଥିବା ସେ କହିଛନ୍ତି । ଆମ ଟିମର ହାର୍ଟ ୱାର୍କ ଓ ଆପଣମାନଙ୍କର ସହଯୋଗ ଫଳରେ ନୂଆ ଦିଲ୍ଲୀ ଜି-୨୦ ଲିଡର୍ସ ଘୋଷଣାପତ୍ରକୁ ସହମତି ମିଳିଥିବା ମୋଦୀ କହିଛନ୍ତି ।

ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହେବା ପରେ ସକାଳ ୧୦.୩୦ରୁ ୧.୩୦ ପର୍ଯ୍ୟନ୍ତ ପ୍ରଥମ ଅଧିବେଶନ ‘ୱାନ ୟାର୍ଥ’ ଆୟୋଜିତ ହୋଇଥିଲା । ଏହାପରେ ଦ୍ୱିତୀୟ ଅଧିବେଶନରେ ‘ୱାନ ଫ୍ୟାମିଲି ଦ୍ୱିପ୍ରହର ୩ଟାରୁ ଆରମ୍ଭ ହୋଇଥିଲା, ଯାହାକି ସନ୍ଧ୍ୟା ୪.୪୫ ପର୍ଯ୍ୟନ୍ତ ଚାଲିଥିଲା । ଏହାପରେ ସନ୍ଧ୍ୟା ୭ଟା ସମୟରେ ସମସ୍ତ ରାଷ୍ଟ୍ରାଧ୍ୟକ୍ଷ ଡିନରରେ ସାକ୍ଷାତ କରିବେ । ଏହି ଅବସରରେ ୮ଟାରୁ ୯.୧୫ ମଧ୍ୟରେ ଆଲୋଚନା ହେବ ।

ତେବେ ଏଠାରେ ପ୍ରଶ୍ନଉଠେ, ଜି-୨୦ ଲିଡର୍ସ ଘୋଷଣାପତ୍ର କ’ଣ, ଏହାକୁ ସହମତି ମିଳିବାର ଅର୍ଥ କ’ଣ? ୧- ମଜବୁତ, ସ୍ଥାୟୀ, ସନ୍ତୁଳିତ ଓ ସମାବେଶୀ ଅଭିବୃଦ୍ଧି, ୨- ଏସଡିଜିର ବିକାଶକୁ ଦ୍ରୁତ କରିବା, ୩- ସ୍ଥାୟୀ ଭବିଷ୍ୟତ ପାଇଁ ସବୁଜ ବିକାଶ ବୁଝାମଣା, ୪- ଏକବିଂଶ ଶତାବ୍ଦୀ ପାଇଁ ବହୁପକ୍ଷୀର ପ୍ରତିଷ୍ଠାନ, ୫- ବହୁପକ୍ଷବାଦକୁ ପୁନର୍ଜୀବିତ କରିବା । ଏହିସବୁ ପ୍ରସଙ୍ଗ ଉପରେ ନୂଆଦିଲ୍ଲୀ ଜି-୨୦ ଘୋଷଣାପତ୍ରରେ ସ୍ଥାନ ପାଇଛି ।

Get real time updates directly on you device, subscribe now.