fbpx

whatsapp ଡେଲିଭରୀ ସ୍କାମ୍; ମିନିଟରେ ଖାଲି ହୋଇଯିବା ଆକାଉଣ୍ଟ

Advertisement

ନୂଆଦିଲ୍ଳୀ: ଦିନକୁ ଦିନ ଅନଲାଇନ ସ୍କାମ ବଢିବାରେ ଲାଗିଥିବା ବେଳେ ଏବେ ଆଉ ଏକ ନୂତନ ଘଟଣା ସାମ୍ନାକୁ ଆସିଛି । ହ୍ୱାଟ୍ସଆପ୍ ଡେଲିଭରୀ ସ୍କାମ ନାମକ ଏହି ନୂତନ ସ୍କାମ ସାମ୍ନାକୁ ଆସିଛି । ହ୍ୱାଟ୍ସଆପରେ ଆସୁଥିବା ଏହି ଡେଲିଭରୀ ଲିଙ୍କ ଉପରେ କ୍ଲିକ୍ କରିବା ଦ୍ୱାରା ଆପଣଙ୍କ ଆକାଉଣ୍ଟ ସମ୍ପୂର୍ଣ୍ଣ ଖାଲି ହୋଇଯିବ । ସାଇବର ଠକ ମାନେ ଆପଣଙ୍କ ହ୍ୱାଟ୍ସଆପ୍ ନମ୍ବରରେ ଲିଙ୍କ ପଠାଇ ଆପଣଙ୍କୁ ଭିକାରୀ ବନାଇ ପାରନ୍ତି ।

ଋଷୀୟ ସିକ୍ୟୁରିଟି ସଂସ୍ଥା କାସ୍ପରସ୍କାଏ ପକ୍ଷରୁ ଏହି ସତର୍କ ସୂଚନା ଜାରି କରାଯାଇଛି । ସାଇବର ଠକଙ୍କ ପକ୍ଷରୁ ଏହି ଜାଲ ବିଛା ଯାଉଥିବା ବେଳେ ଶତାଧିକ ସାଧାରଣ ନାଗରିକ ଏହାର ଶିକାର ହେଉଛନ୍ତି । ଆପଣଙ୍କ ପାଖକୁ ଆମାଜନ ବା ଫ୍ଲିପକାର୍ଟର ଏକ ପାର୍ସଲ ଆସୁଛି । ଆପଣ ଭୁଲରେ ଏହି ଲିଙ୍କ ଉପରେ କ୍ଲିକ୍ କଲେ ଆପଣଙ୍କ ଆକାଉଣ୍ଟ ସଫା ହୋଇଯିବ । ଏପରି ମେସେଜ ଆସିଲେ ଏହାକୁ ନଜର ଅନ୍ଦାଜ କରିବା ପାଇଁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.