fbpx

ଚୀନରେ ବ୍ୟାପିଲା ନୂଆ ରୋଗ: ୩୨୪୫ ଜଣ ପଜିଟିଭ୍, ୨୧ ହଜାରରୁ ଅଧିକ ପରୀକ୍ଷା

କରୋନାର ତାଣ୍ଡପ ଶେଷ ହୋଇନଥିବା ବେଳେ ଚୀନରେ ବ୍ୟାପିଛି ଆଉ ଏକ ନୂଆ ରୋଗ । ଏଥିରେ ୩୨୪୫ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ୨୧,୮୪୭ ଜଣଙ୍କର ପରୀକ୍ଷା ହୋଇଛି । ଉତ୍ତର ପଶ୍ଚିମ ଚୀନର ଗାନସୁ ଅଞ୍ଚଳର ଲାନଜୋରରେ ଏହି ନୂଆ ରୋଗରେ ଲୋକମାନେ ଆକ୍ରାନ୍ତ ହେଉଛନ୍ତି । ଗାନସୁ ପ୍ରଦେଶିକ କେନ୍ଦ୍ର ରିପୋର୍ଟ କରିଛି ଯେ ଏହି ରୋଗର ନାଁ ହେଉଛି ବ୍ରୁସେଲୋସିସ୍ ।

ତେବେ ସାଧାରଣତଃ ଏହି ରୋଗ ଗୋରୁମାନଙ୍କଠାରେ ଦେଖାଯାଏ । ଯେତେବେଳେ ଜଣେ ବ୍ୟକ୍ତି ଏହି ରୋଗରେ ସଂକ୍ରମିତ ହୁଏ, ସେବେ ଉଚ୍ଚ ମୁଣ୍ଡବିନ୍ଧା, ଜ୍ୱର ଓ ବିଚଳିତ ଲାଗିଥାଏ । ଏହି ରୋଗ ଯୋଗୁଁ ପୁରୁଷ ଓ ମହିଳାଙ୍କ ଅଣ୍ଡକୋଷ ଖରାପ ହୋଇଥାଏ । ଏହା ସହ ପ୍ରଜନନ କ୍ଷମତା ଓ ପ୍ରଜନନ ପ୍ରଣାଳୀକୁ ମଧ୍ୟ ଏହା ହ୍ରାସ ହଟାଇଥାଏ ।

Get real time updates directly on you device, subscribe now.