ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ନୂଆ ଅବକାରୀ ନୀତି, ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା

ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ଼ ସୂଚନା, ଖୁବଶୀଘ୍ର ଆସିବ ନୂଆ ଅବକାରୀ ନୀତି

ଭୁବନେଶ୍ୱର: ମଦ ପିଉଥିବା ଏବଂ ବ୍ୟବସାୟୀଙ୍କ ପାଇଁ ବଡ଼ ଖବର । ରାଜ୍ୟରେ ଖୁବଶୀଘ୍ର ଲାଗୁହେବାକୁ ଯାଉଛି ନୂଆ ଅବକାରୀ ନୀତି । ଏ ନେଇ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା ରହିଛି ।

ସେ କହିଛନ୍ତି ଯେ, ୮ ଦିନ ମଧ୍ୟରେ ଏହି ନୂଆ ଅବକାରୀ ନୀତି । ଗତ ବର୍ଷ ସେପ୍ଟେମ୍ବର ୧ରୁ ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏକ ନୂଆ ଅବକାରୀ ନୀତି ଜାରି କରାଯାଇଥିଲା । ଏହି ନିୟମରେ ଅନେକ ସାରା ନୀତି ଥିଲା ।

ଯେପରିକି- ଭାଙ୍ଗ, ତାଡି ଓ ପୋଚ ପାଇଁ ନିୟମ ଲାଗୁ ହୋଇଥିଲା। ଗ୍ରାମୀଣ ଅଞ୍ଚଳରେ ନୂଆ ମଦ ବାର ଖୋଲିବ ନାହିଁ। କେବଳ ଥ୍ରୀ ଷ୍ଟାର ହୋଟେଲକୁ ହିଁ ନୂଆ ବାର ଲାଇସେନ୍ସ ମିଳିବ। ଚଳିତ ଆର୍ଥିକ ବର୍ଷରେ ନୂଆ ବିଦେଶୀ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିନାହିଁ। ସେହିପରି ଡ୍ୟାନ୍ସ ବାର ଚାଲିବ ନାହିଁ।

ଏଥିସହ ବାରରେ କେବଳ ଗୀତ ଗାଇବା ଓ ଶୁଣିବା ପାଇଁ ଅନୁମତି ନେବାକୁ ପଡ଼ିବ। ଓଟିଡିସି ପକ୍ଷରୁ ବିଚ୍ ଶ୍ୟାକରେ ମିଳିବ ମଦ। ଇକୋ-ରିଟ୍ରିଟ୍ ସମୟରେ ସମୁଦ୍ର ବେଳାଭୂମିରେ ମଦ ବିକିବାକୁ ଓଟିଡିସିକୁ ମିଳିବ ଅସ୍ଥାୟୀ ଲାଇସେନ୍ସ।

ତେବେ କେଉଁ କେଉଁ ବେଳାଭୂମିରେ ବିକ୍ରି ହେବ, ସେ ନେଇ ପର୍ଯ୍ୟଟନ ବିଭାଗ ନିଷ୍ପତ୍ତି ନେବ। କେବଳ ସେତିକି ନୁହେଁ ଚଳିତ ଆର୍ଥିକ ବର୍ଷ ପୂର୍ବରୁ ନବୀକରଣ(ରିନ୍ୟୁଆଲ) ହୋଇନଥିବା ୫୭ଟି ଅନସପ୍ ମଦଦୋକାନର ପୁନଃ ନବୀକରଣ ମଧ୍ୟ କରାଯିବ ନାହିଁ ବୋଲି ନିୟମ ରହିଥିଲା।