ଆସିପାରେ କରୋନାର ନୂଆ ଗାଇଡଲାଇନ୍, ୨୮ରେ ବସିବ କୋଭିଡ୍ ସମୀକ୍ଷା ବୈଠକ
ଆସନ୍ତା ୨୮ ତାରିଖରେ ବସିବ କୋଭିଡ୍ ସମୀକ୍ଷା ବୈଠକ।
ନୂଆଦିଲ୍ଲୀ: ଦେଶରେ କଡ଼ ଲେଉଟେଉଛି ଭୟଙ୍କର କରୋନା। ଭାରତର ବିଭିନ୍ନ ସ୍ଥାନରେ ଏବେ କରୋନା ରୋଗୀ ଚିହ୍ନଟ ହେବା ଆରମ୍ଭ ହେଲାଣି। ତେଣୁ ପୂର୍ବରୁ କରୋନା ଯେଉଁଭଳି ଭୟଙ୍କର ରୂପ ଧାରଣ କରିଥିଲା, ଏବେ ଯଦି ସେପରି କିଛି ପରିସ୍ଥିତି ଆସେ, ତା ପୂର୍ବରୁ ସତର୍କ ରହିଛି ସ୍ୱାସ୍ଥ୍ୟ ବିଭାଗ।
କିଛି ବର୍ଷ ପର ଯେହେତୁ ଏବେ ପୁଣି କରୋନା ରୋଗୀ ଚିହ୍ନଟ ହେବା ଆରମ୍ଭ ହୋଇଛନ୍ତି, ତେଣୁ ତା ପୂର୍ବରୁ ସତର୍କତା ଅବଲମ୍ୱନ କରାଯାଉଛି। ସେଥିପାଇଁ ନୂଆ ଗାଇଡଲାଇନ୍ ଆସିପାରେ ବୋଲି ଅନୁମାନ କରାଯାଉଛି।
କାରଣ ଆସନ୍ତା ୨୮ ତାରିଖରେ ବସିବ କୋଭିଡ୍ ସମୀକ୍ଷା ବୈଠକ। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ସମୀକ୍ଷା ବୈଠକ। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ସମୀକ୍ଷା ବୈଠକ। ସମସ୍ତ ରାଜ୍ୟ ସହ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। କୋଭିଡ୍, ନିପା, ଇନଫ୍ଲୁଏଞ୍ଜା ପରି ଭୂତାଣୁ ନେଇ ହେବ ସମୀକ୍ଷା।