Breaking: ନୂଆ ଭାରତ କାହାରିକୁ ଛାଡ଼ିବନି, ସଭ୍ୟ ସମାଜରେ ଆତଙ୍କବାଦର ସ୍ଥାନ ନାହିଁ: ଯୋଗୀ

ପ୍ରୟାଗରାଜ: ଜମ୍ମ-କଶ୍ମୀର ପହଲଗାମ ହମଲାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଆମକୁ ହଇରାଣ କଲେ ଛଡ଼ାଯିବନି ବୋଲି କହିଲେ ଯୋଗୀ । ଏହା ନୂଆ ଭାରତ; କାହାରିକୁ ଛାଡ଼ିବନି ।

ସଭ୍ୟ ସମାଜରେ ଆତଙ୍କବାଦର ସ୍ଥାନ ନାହିଁ । ଆତଙ୍କବାଦ ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣାଇଛି ଭାରତ ।

୨୨ ତାରିଖ ଆତଙ୍କବାଦୀ ଆକ୍ରମଣରେ ୨୬ ପର୍ଯ୍ୟଟକ ମୃତ୍ୟୁ ବରଣ କରିଥିବାବେଳେ ଏକାଧିକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଆତଙ୍କବାଦ ବିରୋଧୀ ଅଭିଯାନ ଭାରତ ପକ୍ଷରୁ ଆରମ୍ଭ ହୋଇଯାଇଛି ।