fbpx

ଜୁଲାଇ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଶ୍ରମ ନିୟମ: ବଦଳିଯିବ ଆପଣଙ୍କର କାର୍ଯ୍ୟ ସମୟ, ପିଏଫ, ବେତନ ଓ ଗ୍ରାଚ୍ୟୁଇଟି ସବୁକିଛି, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ମାସ ପହିଲାରୁ କେନ୍ଦ୍ର ସରକାର ନୂଆ ଶ୍ରମ ନିୟମ ଲାଗୁ କରିବାକୁ ଯାଉଛନ୍ତି । ଯଦି ଏହି ନିୟମ କାର୍ଯ୍ୟକାରୀ ହୁଏ, ତେବେ ଦେଶର ଶିଳ୍ପକ୍ଷେତ୍ରରେ ଅନେକ ବିରାଟ ଧରଣର ପରିବର୍ତ୍ତନ ଦେଖାଯିବ । ବିଶେଷ କରି କର୍ମଚାରୀଙ୍କର କାର୍ଯ୍ୟ ସମୟ, ପ୍ରୋଭିଡେଣ୍ଟ ଫଣ୍ଡ ଓ ସାଲାରି ଗଠନ ପ୍ରକ୍ରିୟା ସବୁକିଛି ବଦଳିଯିବ । କେନ୍ଦ୍ର ସରକାର ଯଥାସମ୍ଭବ ଏହି ନିୟମ ଲାଗୁ କରିବା ସପକ୍ଷରେ ରହିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ।

ତେବେ ନୂଆ ଶ୍ରମ ନିୟମ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ବିଜ୍ଞପ୍ତି ପ୍ରକାଶିତ ହୋଇନାହିଁ । ଏହି ନବୀକରଣ ପ୍ରକ୍ରିୟା ଫଳରେ ପେନସନ, ଗ୍ରାଚୁଇଟି, ମଜୁରୀ, ସ୍ୱାସ୍ଥ୍ୟ, ଶ୍ରମିକ କଲ୍ୟାଣ, ସୁରକ୍ଷା ଓ କାର୍ଯ୍ୟ ସର୍ତ୍ତାବଳୀ କ୍ଷେତ୍ରରେ ପରିବର୍ତ୍ତନ ଦେଖାଦେବ । ବିଶ୍ୱସ୍ତରରେ କର୍ପୋରେଟ କ୍ଷେତ୍ରର ବିକାଶକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେବାକୁ ଯାଉଛନ୍ତି । ତେବେ ଏ ପର୍ଯ୍ୟନ୍ତ ୨୩ଟି ରାଜ୍ୟ ସରକାର ଲେବର କୋଡ ଓ ରୁଲକୁ ଲାଗୁ କରିସାରିଲେଣି ।

ତେବେ ନୂଆ ନିୟମ ଅନୁଯାୟୀ, କର୍ମଚାରୀମାନେ ଦୈନିକ ୧୨ ଘଣ୍ଟା ଓ ସାପ୍ତାହିକ ୪୮ ଘଣ୍ଟା କାମ କରିବେ । ସେମାନେ ସପ୍ତାହକୁ ୪ ଦିନ କାର୍ଯ୍ୟ କରିବେ । ସେହିପରି ଇଣ୍ଡଷ୍ଟ୍ରି ସେକ୍ଟରରେ ଓଭରଟାଇମ୍ ସମୟ ୫୦ ରୁ ୧୨୫ ଘଣ୍ଟାକୁ ବୃଦ୍ଧି କରାଯାଇଛି । କର୍ମଚାରୀଙ୍କର ବେସିକ ସାଲାରି ଗ୍ରସ ସାଲାରିର ୫୦ ପ୍ରତିଶତ ହେବ । କର୍ମଚାରୀମାନେ ୪୫ ଦିନ ବଦଳରେ ୨୦ ଦିନ କାର୍ଯ୍ୟ କରିବା ପରେ ୟାର୍ଣ୍ଣଡ ଲିଭ୍ (ଇଏଲ) ନେଇପାରିବେ । ନୂଆ କର୍ମଚାରୀମାନେ ଜଏନ୍ କରିବାର ୨୪୦ ଦିନ ବଦଳରେ ୧୮୦ ଦିନ ପରେ ଇଏଲ ନେଇପାରିବେ ।

Get real time updates directly on you device, subscribe now.