fbpx

ବିଶ୍ୱକୁ ଆଉ ଏକ ଭୟଙ୍କର ମହାମାରୀ ଭେଟିଦେବାକୁ ଯାଉଛି ଚୀନ

ନୂଆଦିଲ୍ଲୀ: ୨୦୧୯ରେ ଚୀନ ଲାବରେଟୋରୀରୁ ସଂକ୍ରମିତ କୋଭିଡ ୧୯ ଭୂତାଣୁର ଭୟ ଲୋକଙ୍କ ମନରୁ ସମ୍ପୂର୍ଣ୍ଣ ହଜିନି, ପୁଣି ଏକ ଭାଇରସ ଚୀନରେ ଚିହ୍ନଟ ହେଲାଣି । ଏହି ଭୂତାଣୁ ମଣିଷର ମସ୍ତିଷ୍କକୁ ସଂକ୍ରମିତ କରି ରୋଗ ସୃଷ୍ଟି କରୁଛି । ଏହି ଭୂତାଣୁର ନାଁ ୱେଟଲ୍ୟାଣ୍ଡ ଭାଇରସ, ଯାହାର ସର୍ଟ ଫର୍ମ ୱେଲଭ । ଏହି ସଂକ୍ରମଣରେ ମଣିଷର ମୃତ୍ୟୁ ମଧ୍ୟ ହୋଇପାରେ ।
ୱେଲଭ ଭୂତାଣୁକୁ ପ୍ରଥମ ଥର ପାଇଁ ୨୦୧୯ ଜୁନ ମାସରେ ଜିନଝାଉ ଅଞ୍ଚଳରେ ଚିହ୍ନଟ କରାଯାଇଥିଲା । ରିପୋର୍ଟରୁ ଜଣାପଡିଛି କି, ଏହି ଭୂତାଣୁର ପ୍ରଥମ ସଂକ୍ରମିତ ମଙ୍ଗୋଲିଆର ଥିଲେ । ବ୍ୟକ୍ତି ଜଣକ ୱେଷ୍ଟଲ୍ୟାଣ୍ଡର ଏକ ପାର୍କକୁ ଯାଇଥିବା ବେଳେ ଏକ ପୋକ ତାଙ୍କୁ କାମୁଡି ଦେଇଥିଲା ଓ ପରେ ସେ ଅସୁସ୍ଥ ହୋଇଯାଇଥିଲେ । ଯେତେବେଳେ ତାଙ୍କ ପରୀକ୍ଷା କରାଗଲା, ସେତେବେଳେ ସେ ୱେଲଭ ଦ୍ୱାରା ସଂକ୍ରମିତ ଥିବା ଜଣାପଡିଥିଲା ।
ଦ ନ୍ୟୁ ଇଂଲଣ୍ଡ ଜର୍ମାନ ଅଫ ମେଡିସିନର ସେପ୍ଟେମ୍ବର ରିପୋର୍ଟ ମୁତାବକ, ୨୦୧୯ରେ ୱେଷ୍ଟଲ୍ୟାଣ୍ଡର ଏକ ପାର୍କକୁ ଯିବା ବେଳେ ତାଙ୍କୁ ପୋକ କାମୁଡି ଥିଲା । ତାଙ୍କୁ ଜ୍ୱର ହେବା ସହ କିଛି ଅଙ୍ଗରେ ଶିଥିଳତା ଦେଖାଦେଇଥିଲା । ରୋଗକୁ ନେଇ ବହୁ ଖୋଜ ଖବର ପରେ ଜଣାପଡିଥିଲା ଇନର ମଙ୍ଗୋଲିଆ, ହେଇଲୋଙ୍ଗଜିୟାଙ୍ଗ, ଜିଲିନ, ଲିଓନିଙ୍ଗ ଓ ଚୀନରୁ ୧୭ ରୋଗୀ ଏହି ୱେଲଭ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଥିଲା ।
ତେବେ ସେହି ରୋଗୀଙ୍କ ଲକ୍ଷଣ ଭିନ୍ନ ଭିନ୍ନ ଥିଲା । ଜଣେ ରୋଗୀଙ୍କ ଠାରେ ନିରୋଲୋଜିକାଲ ଲକ୍ଷଣ ମିଳିଥିଲା । ରିପୋର୍ଟରୁ ଆହୁରି ଜଣାପଡିଛି କି, ସାମାନ୍ୟ ପ୍ରୟୋଗଶାଳା ନିଷ୍କର୍ଷ ଲ୍ୟୁକୋପେନିଆ, ଥ୍ରୋମ୍ବୋସାଇଟୋପେନିଆ ଓ ଉଚା ଡି ଡିମର ତଥା ଲେକ୍ଟେଟ ଡିହାଇଡ୍ରୋଜନେଜ ସ୍ତରରେ ଥିଲା । ରୋଗୀଙ୍କ ମଧ୍ୟରୁ ୮ ଜଣଙ୍କ ଠାରୁ ସିରିଓଲୋଜିକାଲ ମୁଲ୍ୟାଙ୍କନରୁ ଜଣା ପଡିଥିଲା କି, ୱେଲଭ ବିଶିଷ୍ଟ ଆଣ୍ଟିବଡି ଟିଟର ତୀବ୍ର ନମୁନା ତୁଳନାରେ ୪ ଗୁଣା ଅଧିକ ରହିଥିଲା ।
ଏବେ ଏହି ଭୂତାଣୁ ସଂକ୍ରମଣରେ ତୀବ୍ର ଅଭିବୃଦ୍ଧି ଦେଖିବାକୁ ମିଳିଛି । ପୁଣି ଏହି ଭୂତାଣୁ ବିଶ୍ୱକୁ ଆଉ ଏକ ମହାମାରି ଆଡକୁ ଟାଣି ନେବ ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି । ସମୟ ଥାଇ ଏହାର ସଂକ୍ରମଣ ରୋକିବା ଦିଗରେ କାମ ନ କଲେ ଏହା ଆଗାମୀ ଦିନରେ ଭୟଙ୍କର ରୂପ ବୋଲି କୁହାଯାଉଛି ।

Get real time updates directly on you device, subscribe now.