fbpx

ଜୁଲାଇ ୭ରୁ ନୂଆ ଯୋଜନା, Farmer Registry କରିବେ ସବୁ କୃଷକ: ନଚେତ୍ ମିଳିବନି ପିଏମ କିସାନ ଟଙ୍କା

Advertisement

ଓଡ଼ିଶା ଭାସ୍କର: ଜୁଲାଇ ୭ ତାରିଖରୁ ଆରମ୍ଭ ହେବାକୁ ।ଉଛି ଆଉ ଏକ ନୂଆ ଯୋଜନା । ଏଣିକି ଦେଶର ସମସ୍ତ କୃଷକମାନେ ନିଜ ନିଜର ଫାର୍ମର ରେଜିଷ୍ଟ୍ରି କରିବେ । ଏଥିରେ କୃଷକଙ୍କ ଜମି ପଟ୍ଟା ରେକର୍ଡ ସାଙ୍ଗକୁ ସେମାନଙ୍କ ନାମ ଓ ବାପାଙ୍କ ନାମ ଇତ୍ୟାଦି ତଥ୍ୟକୁ ନେଇ ଏକ ରେକର୍ଡ ପ୍ରସ୍ତୁତ କରାଯିବ । ରେଜିଷ୍ଟ୍ରେସନ ପରେ ପ୍ରତ୍ୟେକ କୃଷକଙ୍କ ସମସ୍ତ ଡାଟା ଅନଲାଇନରେ ଉପଲବ୍ଧ ହୋଇପାରିବ । ତେବେ ଏହାପରେ କୃଷକମାନଙ୍କୁ ୟୁନିକ୍ ଆଇଡି ଥିବା ଏକ ଗୋଲ୍ଡେନ କାର୍ଡ ମଧ୍ୟ ପ୍ରଦାନ କରାଯିବ । ଏଥିରେ କୃଷକଙ୍କ ସମ୍ପର୍କରେ ସବୁକିଛି ଅପଡେଟ ରହିବ । ତେବେ ଏହି ଫାର୍ମର ରେଜିଷ୍ଟ୍ରି କରିନଥିବା କୃଷକ ଡିସେମ୍ବର ମାସରେ ମିଳିବାକୁ ଥିବା ପିଏମ କିସାନ ଯୋଜନାର ପରବର୍ତ୍ତୀ କିସ୍ତିରୁ ବଞ୍ଚିତ ରହିବେ ।

ଜୁଲାଇ ୭ ତାରିଖରୁ କୃଷକମାନଙ୍କ ହିତ ପାଇଁ ଆଉ ଏକ ଯୋଜନାର ଶୁଭାରମ୍ଭ ହେବାକୁ ଯାଉଛି । ତେବେ ଜୁଲାଇ ୭ରେ ଏହା ଔପଚାରିକ ଭାବରେ ଲଞ୍ଚ୍ ହେବାକୁ ଥିବା ବେଳେ ଜୁଲାଇ ୧ ଅର୍ଥାତ୍ ଆଜିଠାରୁ ଏହାର ପ୍ରକ୍ରିୟା ଆରମ୍ଭ ହେଉଛି । ତେବେ ଏହାପୂର୍ବରୁ ରାଜସ୍ୱ, କୃଷି ଏବଂ ବ୍ୟାଙ୍କ ସଖିମାନଙ୍କୁ ବିକଶିତ ମୋବାଇଲ ଆପ୍ ତଥା ୱେବ ପୋର୍ଟାଲ ଜରିଆରେ ସମସ୍ତ ତଥ୍ୟ ସାମିଲ କରିବା ପାଇଁ ପ୍ରଶିକ୍ଷଣ ଦିଆଯିବ । ଏହାଦ୍ୱାରା କୃଷକମାନେ ଫସଲ ଋଣ, ଫସଲ ବୀମା, ଜରୁରୀକାଳୀନ ସହଯୋଗ, ପରାମର୍ଶ ଇତ୍ୟାଦି ସୁବିଧା ପାଇପାରିବେ କୃଷକ । ପିଏମ କିସାନ ଯୋଜନାର ୧୯ତମ କିସ୍ତି ଟଙ୍କା ସେହିମାନଙ୍କୁ ହିଁ ମିଳିପାରିବ, ଯେଉଁମାନେ ଏହି ଫାର୍ମର ରେଜିଷ୍ଟ୍ରି ପ୍ରକ୍ରିୟା ଶେଷ କରିଥିବେ ।

ସୂଚନା ଅନୁସାରେ, ଫାର୍ମର ରେଜିଷ୍ଟ୍ରିର କ୍ରିୟାନ୍ୱୟନ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ୧୧ ଜଣିଆ ଜିଲ୍ଲା କମିଟି ଗଠନ କରାଯାଇଛି । ସିଡିଓ ଉପାଧ୍ୟକ୍ଷ ଏବଂ କୃଷି ସଚିବ ଉପନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହାସହିତ ତହସିଲ ସ୍ତରରେ ମଧ୍ୟ କମିଟି ପ୍ରସ୍ତୁତ କରାଯାଇଛି । ଜିଲ୍ଲା ସ୍ତରରେ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ, ଜିଲ୍ଲା କୃଷି ଅଧିକାରୀ ଏବଂ ସମସ୍ତ ନାଏବ ତହସିଲଦାରଙ୍କୁ ମାଷ୍ଟର ଟ୍ରେନର ଭାବରେ ପ୍ରଶିକ୍ଷଣ ଦିଆଯିବ ।

Get real time updates directly on you device, subscribe now.