fbpx

ଦୋକାନ ଖୋଲିବାକୁ ନେଇ ସମ୍ବଲପୁର ଓ ଭଞ୍ଜନଗରରେ ଲାଗିଲା ନୂଆ କଟକଣା, ଜାଣନ୍ତୁ କ’ଣ

ସମ୍ବଲପୁର,୨୮ ।୪(ଓଡିଶା ଭାସ୍କର): ସାରା ରାଜ୍ୟ ଏବେ କରୋନା କବଳରେ ରହିଛି । ଦୈନିକ ପଜିଟିଭ ମାମଲା ୮ ହଜାରକୁ ଟପିଯାଇଥିବା ବେଳେ ଚିନ୍ତାରେ ପ୍ରାଶସନ । ଏହାରି ମଧ୍ୟରେ ସମ୍ବଲପୁରରେ ଦୋକାନ ଖୋଲିବାକୁ ନେଇ ଲାଗିଛି ନୂଆ କଟକଣା । ସୂଚନା ମୁତାବକ, ସହରରେ କାଲିଠାରୁ ସକାଳ ୭ଟାରୁ ୨ଟା ଯାଏଁ ଦୋକାନ ଖୋଲାଯିବ । ଏନେଇ ଚାମ୍ବର ଅଫ୍ କମର୍ସ ଓ ମାର୍କେଟ ଆସୋସିଏସନର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସମ୍ବଲପୁର ମହାନଗର ନିଗମ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି ।

ଏହା ସହ ଭଞ୍ଜନଗରରେ ସକାଳ ୫ଟାରୁ ଅପରାହ୍ନ ୩ଟା ଯାଏଁ ଦୋକାନ ଖୋଲା ରହିବ । ଦୋକାନ, ବଜାର ଖୋଲା ରଖିବାକୁ ଭଞ୍ଜନଗର ବଣିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ତେବେ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ନୂଆ ୮ ହଜାର ୩୮୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୪୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୯୩୩, କଟକରୁ ୪୯୬, ଝାରସୁଗୁଡାରୁ ୪୩୩, ନବରଙ୍ଗପୁରରୁ ୩୮୮, ବଲାଙ୍ଗୀରରୁ ୩୫୮, ଅନୁଗୁଳରୁ ୩୪୬, ସମ୍ବଲପୁରରୁ ୩୦୭, ମୟୂରଭଞ୍ଜରୁ ୨୮୯, ଯାଜପୁରରୁ ୨୭୦, ପୁରୀରୁ ୨୫୯, ବରଗଡରୁ ୨୫୭, ନୂଆପଡାରୁ ୨୩୩, ଗଞ୍ଜାମରୁ ୨୦୯, ବାଲେଶ୍ୱରରୁ ୨୦୨, କେନ୍ଦୁଝରରୁ ୧୭୫, କଳାହାଣ୍ଡିରୁ ୧୨୬, ନୟାଗଡରୁ ୧୨୨, ଗଜପତିରୁ ୯୬, ବୌଦ୍ଧରୁ ୮୩, ରାୟଗଡାରୁ ୭୫, ଷ୍ଟେଟ ପୁଲରୁ ୩୪୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.