fbpx

ନିୟନ୍ତ୍ରଣରେ ରହିବ ଗାଡ଼ିର ବେଗ: ରାଜ୍ୟ ସରକାର ଆଣିଲେ ନୂଆ ନିୟମ

ଭୁବନେଶ୍ୱର: ରାଜ୍ୟରେ ମନଇଚ୍ଛା ଗାଡ଼ି ଚଲାଇପାରିବେ ନାହିଁ ଚାଳକ । ବିଭିନ୍ନ ଗାଡ଼ି ପାଇଁ ନିର୍ଦ୍ଧାରିତ ହେଲା ସର୍ବୋଚ୍ଚ ବେଗ ଗତି ସୀମା । କେଉଁ ରାସ୍ତାରେ କେତେ ବେଗରେ ଗାଡ଼ି ଚଳାଇ ହେବ ସେନେଇ ଆସିଲା ତାଲିକା । ଜାତୀୟ ରାଜପଥ, ରାଜ୍ୟ ରାଜପଥ ଏବଂ ସହରାଞ୍ଚଳରେ କେଉଁ ଯାନ କେତେ ଗତିସୀମାରେ ଚାଲିବ ସେନେଇ ଆସିଲା ବିଜ୍ଞପ୍ତି ।

ମୋଟର ସାଇକେଲ୍ ୪ ଲେନ୍ ବିଷିଷ୍ଟ ଜାତୀୟ ରାଜପଥରେ ସର୍ବୋଚ୍ଚ ୬୦ କିମି ବେଗରେ ଯାଇପାରିବ । ସେହିପରି ଜାତୀୟ ବା ରାଜ୍ୟ ରାଜପଥରେ ସର୍ବୋଚ୍ଚ ୫୦ କିମି ବେଗରେ ଯାଇପାରିବ । ସହରାଞ୍ଚଳରେ କୌଣସି ରାସ୍ତାରେ ସର୍ବୋଚ୍ଚ ୪୦ କିମି ବେଗରେ ଯାଇପାରିବ ମୋଟର ସାଇକେଲ ।

ଅଟୋ ବା ଡାଲା ଅଟୋ ୪ ଲେନ୍ ବିଶିଷ୍ଟ ରାସ୍ତାରେ ସର୍ବୋଚ୍ଚ ୪୦ କିମି ବେଗରେ ଯାଇପାରିବ । ଅନ୍ୟ ସବୁ ରାସ୍ତାରେ ଅଟୋ ପାଇଁ ସବୋର୍ଚ୍ଚ ବେଗ ଘଣ୍ଟାକୁ ୩୦ କିମି ରହିଛି ।

୪ ବା ଅଧିକ ଲେନ ରାସ୍ତାରେ କାର୍ ସର୍ବୋଚ୍ଚ ୧୦୦ କିମି ବେଗରେ ଯାଇପାରିବ । ଜାତୀୟ ବା ରାଜ୍ୟ ରାଜପଥରେ ସର୍ବୋଚ୍ଚ ୬୦ କିମି ବେଗରେ ଯାଇପାରିବ । ସହରାଞ୍ଚଳରେ ଯେକୌଣସି ରାସ୍ତାରେ ସର୍ବୋଚ୍ଚ ୫୦ କିମି ବେଗରେ ଯାଇପାରିବ ।

ସେହିଭଳି ଟ୍ୟାକ୍ସି ୪ ବା ଅଧିକ ଲେନ ରାସ୍ତାରେ ସର୍ବୋଚ୍ଚ ୮୦ କିମି ବେଗରେ ଯାଇପାରିବ । ଜାତୀୟ ବା ରାଜ୍ୟ ରାଜପଥରେ ସର୍ବୋଚ୍ଚ ୬୦ କିମି ବେଗରେ ଯାଇପାରିବ । ସହରାଞ୍ଚଳ ରାସ୍ତାରେ ସର୍ବୋଚ୍ଚ ୫୦ କିମି ବେଗରେ ଯାଇପାରିବ ଟ୍ୟାକ୍ସି ।

୯ ବା ଅଧିକ ଯାତ୍ରୀଙ୍କୁ ପରିବହନ କରୁଥିବା ଗାଡ଼ି ପାଇଁ କଟକଣା ଲାଗୁ । ଯାତ୍ରୀବାହୀ ଗାଡ଼ି ୪ ବା ଅଧିକ ଲେନ ରାସ୍ତାରେ ସର୍ବୋଚ୍ଚ ୮୦ କିମି ବେଗରେ ଯାଇପାରିବ । ଯାତ୍ରୀବାହୀ ଗାଡ଼ି ଜାତୀୟ ବା ରାଜ୍ୟ ରାଜପଥରେ ସର୍ବୋଚ୍ଚ ୭୦ କିମି ବେଗରେ ଯାଇପାରିବ । ଯାତ୍ରୀବାହୀ ଗାଡ଼ି ସହରାଞ୍ଚଳ ରାସ୍ତାରେ ସର୍ବୋଚ୍ଚ ବେଗ ୪୦ କିମି କରାଯାଇଛି ।

ମାଲବାହୀ ଗାଡ଼ି ୪ ଲେନ୍ ରାସ୍ତାରେ ସର୍ବୋଚ୍ଚ ୬୦ କିମି ବେଗରେ ଯାଇପାରିବ । ମାଲବାହୀ ଗାଡ଼ି ଜାତୀୟ ବା ରାଜ୍ୟ ରାଜପଥରେ ସର୍ବୋଚ୍ଚ ୫୦ କିମି ବେଗରେ ଯାଇପାରିବେ । ମାଲବାହୀ ଗାଡ଼ି ସହରାଞ୍ଚଳ ରାସ୍ତାରେ ସର୍ବୋଚ୍ଚ ୩୦ କିମି ବେଗରେ ରହିପାରିବ ।

 

Get real time updates directly on you device, subscribe now.