ସ୍କୁଲ ପିଲାଙ୍କ ପାଇଁ ଲାଗୁ ହେଲା ନୂଆ ନିୟମ, ଫେଲ ହେଲେ 2 ମାସରେ ପୁଣି ଦେବେ ପରୀକ୍ଷା

ବଦଳିଲା ସ୍କୁଲ ପରୀକ୍ଷା ନିୟମ । ପଞ୍ଚମ,ଅଷ୍ଟମ ପିଲାଙ୍କ ପାଇଁ ନୂଆ ନିୟମ ହେଲା ଲାଗୁ ।

ଭୁବନେଶ୍ବର: ଆଉ ନାହିଁ ସବୁ ଶ୍ରେଣୀରେ ପାସ୍ ବ୍ୟବସ୍ଥା । ବଦଳିଲା ସ୍କୁଲ ପରୀକ୍ଷା ନିୟମ । ପଞ୍ଚମ,ଅଷ୍ଟମ ପିଲାଙ୍କ ପାଇଁ ନୂଆ ନିୟମ ହେଲା ଲାଗୁ । ଫେଲ ହେଲେ 2 ମାସରେ ପୁନଃ ପରୀକ୍ଷା ଦେବେ ପିଲା । ଏନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

ତେବେ ପଞ୍ଚମ,ଅଷ୍ଟମ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ କରାଯାଇଛି । ପରୀକ୍ଷାରେ ଫେଲ ହେଲେ ପୁନଃ ପରୀକ୍ଷା ଦେବେ । ଦୁଇ ମାସରେ ଦେବେ ଆଉ ଥରେ ପରୀକ୍ଷା ।

ଯଦି ପୁଣି ଫେଲ ହେଉଛନ୍ତି, ତେବେ ସେହି ଶ୍ରେଣୀରେ ରହିବେ ବୋଲି ସୂଚନା ଦିଆ ଯାଇଛି । କାହାରିକୁ ସ୍କୁଲରୁ ବିଦା କରାଯିବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛନ୍ତି ।