fbpx

କୋଭିଡ ରୋଗୀଙ୍କୁ ନେଇ ଭୁବନେଶ୍ୱରରେ ନୂଆ କଟକଣା, ଜାଣନ୍ତୁ କ’ଣ?

ଭୁବନେଶ୍ୱର,୧୧ ।୭(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତ ବଢିଚାଲିଥିବା ବେଳେ ଭୁବନେଶ୍ୱର ମହାନଗର ନିଗମର କୋଭିଡ କଟକଣା କୋହଳ ହୋଇଛି । ଏଣିକି ଘରେ ପୃଥକବାସରେ ରହିପାରିବେ କରୋନା ପଜିଟିଭ୍ ରୋଗୀ । ହୋମ୍ ଆଇସୋଲେସନ କଟକଣା କୋହଳ ପାଇଁ କିଛି ସର୍ତ୍ତ ରଖିଛି ବିଏମସି ।

ତେବେ କରୋନା ଆକ୍ରାନ୍ତ ବସ୍ତି ଅଞ୍ଚଳର ହୋଇ ନଥିଲେ ସେମାନେ ଘରେ ରହିପାରିବେ । ରୋଗୀଙ୍କଠାରେ କରୋନା ଲକ୍ଷଣ ନଥିବ ବା ସାମାନ୍ୟ ଲକ୍ଷଣ ଥିଲେ, ସେମାନେ ଘରେ ରହିପାରିବେ । ଘରେ ପୃଥକବାସରେ ରହିବା ପାଇଁ ଉପଯୁକ୍ତ ସୁବିଧା ଥିବା ଜରୁରୀ ବୋଲି ବିଏମସି କହିଛି ।

Get real time updates directly on you device, subscribe now.