fbpx

ଦୈତାରୀଙ୍କୁ ନେଇ ଜଲିଉଡରେ ନୂଆ ଚର୍ଚ୍ଚା: ପାର୍ବତୀ ଗଣନାଟ୍ୟ ସହ କାହିଁକି ଚୁକ୍ତି ବାତିଲ କଲେ ଅଭିନେତା, ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ଯାତ୍ରା ଜଗତର ଜଣାଶୁଣା ଅଭିନେତା ଦୈତାରୀ ପଣ୍ଡାଙ୍କୁ ନେଇ ବହୁତ ଚର୍ଚ୍ଚା ହେବାରେ ଲାଗିଛି । ଦୈତାରୀ ୨୦୨୨-୨୩ ସିଜିନ୍ ପାଇଁ ପାର୍ବତ୍ୟ ଗଣନାଟ୍ୟ ସହ ଚୁକ୍ତି କରିଥିଲେ । ସେଥିପାଇଁ ସେ ନିଜ ପାରିଶ୍ରମିକର ୬୦ ପ୍ରତିଶତ ଅର୍ଥାତ ୧୫ ଲକ୍ଷ ଟଙ୍କା ଅଗ୍ରୀମ ଆକାରରେ ନେଇସାରିଥିଲେ । ତେବେ ସେ ଗତ ମାସ ୨୧ ତାରିଖରୁ ସେ ଆଖଡ଼ାରେ ଯାତ୍ରା ଅଭ୍ୟାସ କରିବା ବଦଳରେ ଆସୁନାହାନ୍ତି କି ଫୋନ୍ କଲ୍ ଉଠାଉ ନାହାନ୍ତି ।

ଏନେଇ ପାର୍ବତୀ ଗଣନାଟ୍ୟର ପରିଚାଳନା ଅଧିକାରୀ ହର ବାରିକ ଦୈତାରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ପାର୍ବତୀ ଗଣନାଟ୍ୟ ପାଖାପାଖି ୪୦ଟି ସ୍ଥାନରୁ ୫୦ ଲକ୍ଷ ଟଙ୍କାର ଅର୍ଡର ନେଇ ସାରିଛି । ଦୈତାରୀ ଯଦି ଏ ବର୍ଷ ଯାତ୍ରାରେ ଯୋଗ ନ ଦିଅନ୍ତି ତେବେ ପାର୍ବତୀର ବଡ଼ ଧରଣର କ୍ଷତି ହେବ । କେଉଁ ସାଥୀ କଳାକାରଙ୍କର ଅଭାବ ରହିବା କାରଣରୁ ଦୈତାରୀ ଚୁକ୍ତି ବାତିଲ କଲେ ବୋଲି ହର କହିଛନ୍ତି ।

ତେବେ ଦୈତାରୀଙ୍କୁ ନେଇ ଏବେ ଜଲିଉଡରେ କିଛି ଟୁପୁରୁ ଟାପୁରୁ ଶୁଣିବାକୁ ମିଳୁଛି । ଦୈତାରୀ କୁଆଡ଼େ ଜଣେ ସାଥୀ କଳାକାରଙ୍କ ପାଇଁ ପାର୍ବତୀ ସହ ଚୁକ୍ତି ବାତିଲ କରିଛନ୍ତି । ଅବଶ୍ୟ ଏହି ଚର୍ଚ୍ଚା କେତେଦୂର ଠିକ୍, ତା’ର କୌଣସି ସତ୍ୟତା ନାହିଁ । ସମୟ ଆସିଲେ ବୋଧହୁଏ ଏହି ଚର୍ଚ୍ଚା ଉପରୁ ପରଦା ହଟିବ । ଯଦି ଏହି ଗୁଜବ ସତ୍ୟ ହୋଇଥାଏ, ତେବେ ସେ ସାଥୀ କଳାକାର ଜଣଙ୍କ କିଏ ତାହା ହିଁ ସଭିଙ୍କ ମନରେ ଏବେ ପ୍ରଶ୍ନ ଉଙ୍କି ମାରୁଛି । ଅନ୍ୟପକ୍ଷରେ ଦୈତାରୀ ହରଙ୍କ ଅଭିଯୋଗକୁ ଖଣ୍ଡନ କରିଥିବା କୁହାଯାଉଛି ।

Get real time updates directly on you device, subscribe now.