fbpx

ଏଲଆଇସି କର୍ମଚାରୀଙ୍କ ପାଇଁ ଖୁସି ଖବର: ବଢ଼ିବ ଦରମା, ସପ୍ତାହକୁ ମିଳିବ ଏତିକି ଦିନ ଛୁଟି, ପଢ଼ନ୍ତୁ ପୁରା ଖବର

ନୂଆଦିଲ୍ଲୀ, ୧୮ା୪: ଲାଇଫ୍ ଇନ୍ସ୍ୟୁରାନ୍ସ କର୍ପୋରେସନ ଅଫ୍ ଇଣ୍ଡିଆ (ଏଲଆଇସି)ର ସମସ୍ତ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଲଆଇସିର କର୍ମଚାରୀଙ୍କର ୧୬ ପ୍ରତିଶତ ଦରମା ବୃଦ୍ଧି ନେଇ ଆର୍ଥିକ ସେବା ବିଭାଗ ମଞ୍ଜୁରୀ ପ୍ରଦାନ କରିଛି । ଏଲଆଇସିର ଏକ ଲକ୍ଷରୁ ଅଧିକ କର୍ମଚାରୀ ଏହି ଫାଇଦା ଉଠାଇବେ । ଏହାଛଡ଼ା ବ୍ୟାଙ୍କ କର୍ମଚାରୀଙ୍କ ପରି ଏଲଆଇସିର କର୍ମଚାରୀମାନେ ମଧ୍ୟ ସପ୍ତାହର ପ୍ରତ୍ୟେକ ଶନିବାର ଛୁଟି ପାଇବେ । ପୂର୍ବରୁ ଏଲଆଇସିର ଅଧିକାଂଶ କର୍ମଚାରୀ ସପ୍ତାହକୁ ଦୁଇଦିନ ଛୁଟି ନେଇ ଦାବି କରି ଆସୁଥିଲେ ।

ସୂଚନାଯୋଗ୍ୟ ଯେ, ଏଲଆଇସି କର୍ମଚାରୀମାନେ ୩୫ ପ୍ରତିଶତ ଦରମା ବୃଦ୍ଧି ନେଇ ଆଶାବାଦୀ ଥିବାବେଳେ ସେମାନଙ୍କୁ ୧୬ ପ୍ରତିଶତରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଏହାପୂର୍ବରୁ ୨୦୧୨ ମସିହା ଅଗଷ୍ଟ ମାସରେ କର୍ମଚାରୀମାନଙ୍କର ଦରମା ବୃଦ୍ଧି ହୋଇଥିଲା । ସାଧାରଣତଃ ଏଲଆଇସିର କର୍ମଚାରୀଙ୍କର ପ୍ରତି ପାଞ୍ଚ ବର୍ଷରେ ଥରେ ଦରମା ବୃଦ୍ଧି ହେଉଥିବା ବେଳେ ଚଳିତ ଥର ପ୍ରାୟ ୯ ବର୍ଷ ପରେ ଏହା ବୃଦ୍ଧି ହୋଇଛି । ଏତଦବ୍ୟତୀତ ଏଲଆଇସି ସମସ୍ତ କର୍ମଚାରୀଙ୍କ ପାଇଁ ଏକ ଅତିରିକ୍ତ ବିଶେଷ ଭତ୍ତାକୁ ଅନୁମୋଦନ କରିଛି । ଏହି ଭତ୍ତା ମାସିକ ୧୫୦୦ରୁ ୧୩,୫୦୦ ଟଙ୍କା ମଧ୍ୟରେ ରହିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.