fbpx
BJD SKY
BJD SKY

ପ୍ରସିଦ୍ଧ ଉପନ୍ୟାସକାର ନରେନ୍ଦ୍ର କୋହଲିଙ୍କର ଦେହାନ୍ତ; ଟ୍ୱିଟ କରି ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

BJD

ନୂଆଦିଲ୍ଲୀ ୧୮ ।୪ (ଓଡିଶା ଭାସ୍କର) : ପ୍ରସିଦ୍ଧ ଉପନ୍ୟାସକାର ଓ ସାହିତ୍ୟକାର ନରେନ୍ଦ୍ର କୋହଲିଙ୍କର ପରଲୋକ ହୋଇଯାଇଛି । ଗତକାଲି ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । କରୋନା ସଂକ୍ରମିତ ଯୋଗୁ ନରେନ୍ଦ୍ର କୋହଲିଙ୍କ ଦେହାନ୍ତ ହୋଇଥିବା ସୂଚନା ରହିଛି ।  ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ ଯୋଗେ ଶ୍ରଦ୍ଧାଞ୍ଜଳି ଦେବା ସହିତ ଗଭୀର ଶୋକ ମଧ୍ୟ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,‘ସୁପ୍ରସିଦ୍ଧ ସାହିତ୍ୟକାର ନରେନ୍ଦ୍ର କୋହଲିଙ୍କ ଦେହାନ୍ତ ଅତ୍ୟନ୍ତ ଦୁଃଖ ଦେଇଛି । ପୌରାଣିକ ଏବଂ ଐତିହାସିକ ଚରିତ୍ରମାନଙ୍କୁ ସାହିତ୍ୟ ମାଧ୍ୟମରେ ଜୀବନ୍ତ ଚିତ୍ରଣ ପାଇଁ ସେ ସବୁବେଳେ ମନେ ରହିବେ । ଏଭଳି ଶୋକାକୂଳ ପରିବେଶରେ ତାଙ୍କ ପରିବାର ପ୍ରତି ମୋର ସମବେଦନା ।’

ସେପଟେ ଆରଏସଏସ ପ୍ରମୁଖ ମୋହନ ଭାଗବତ ମଧ୍ୟ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି । ସେ ତାଙ୍କ ଟ୍ୱଟିରେ କହଛନ୍ତି କି ‘ପ୍ରସିଦ୍ଧ ସାହିତ୍ୟକାର ନରେନ୍ଦ୍ର କୋହଲିଙ୍କ ଦେହାନ୍ତ ଖବର ଖୁବ କଷ୍ଟ ଦେଇଛି । ତାଙ୍କ ଦେହାନ୍ତ ପରେ ସାହିତ୍ୟ ପାଇଁ ଏକ ସୁବର୍ଣ୍ଣ ଅଧ୍ୟାୟର ଅନ୍ତ ଘଟିଲା ।’ ସେହିପରି ନରେନ୍ଦ୍ର କୋହଲି ମହାସମର, ଅଭ୍ୟୁଦୟ, ଅଭିଜ୍ଞାନ, ଧର୍ମ, ରାମ କଥା ଏବଂ ଦିକ୍ଷା ଭଳି ପ୍ରସିଦ୍ଧ ବହି ତାଙ୍କ ଲେଖନୀ ମୁନରୁ ଲେଖା ହୋଇଛି । ୨୦୧୭ରେ ତାଙ୍କୁ ପଦ୍ମଶ୍ରୀ ପୁରଷ୍କାରରେ ସମ୍ମାନିତ କରାଯାଇଥିଲା ।

Get real time updates directly on you device, subscribe now.