fbpx

କରୋନା-ମଙ୍କିପକ୍ସ ପରେ ପଶୁମାନଙ୍କ ମଧ୍ୟରେ ବ୍ୟାପୁଛି ଏହି ମାରାତ୍ମକ ଭାଇରସ୍: ୯୯୯ ଗାଈ-ମଇଁଷିଙ୍କର ଚାଲିଗଲା ଜୀବନ

ନୂଆଦିଲ୍ଲୀ: ଦେଶରେ କରୋନା ମଙ୍କିପକ୍ସ ଭାଇରସ ଚିନ୍ତା ବଢ଼ାଉଥିବା ବେଳେ ଗୁଜରାଟରେ ଏକ ନୂଆ ଭାଇରସ୍ ଏଣ୍ଟ୍ରି ମାରିଛି, ଯାହା ପଶୁମାନଙ୍କୁ ଶୀଘ୍ର ଆଟାକ୍ କରୁଛି । ଗୁଜରାଟର କୃଷି ଏବଂ ପଶୁପାଳନ ମନ୍ତ୍ରୀ ରାଘବବୀ ପଟେଳ ଏହାର ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଏମ୍ପି ସ୍କିନ୍ ରୋଗ ଯୋଗୁଁ ମୋଟ ୯୯୯ ଗୋରୁଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ଅଧିକାଂଶ ଗାଈ ଓ ମଇଁଷି ଥିବା ଜଣାପଡିଛି ।

ଗୁଜୁରାଟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ କୃଷି ଏବଂ ପଶୁପାଳନ ମନ୍ତ୍ରୀ ରାଘବଜୀ ପଟେଲ କହିଛନ୍ତି ଯେ, ରାଜ୍ୟର ୧୪ ଟି ଜିଲ୍ଲାରେ ଏହି ଭାଇରସ୍ ବ୍ୟାପିଛି ଓ ୩୭ ହଜାରରୁ ଅଧିକ ସଂକ୍ରମିତ ପଶୁ ଚିହ୍ନଟ ହୋଇଛନ୍ତି । ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହି ରୋଗକୁ ବ୍ୟାପିବାରୁ ରୋକିବା ପାଇଁ ବର୍ତ୍ତମାନ ସୁଦ୍ଧା ୨.୬୮ ଲକ୍ଷ ପଶୁଙ୍କୁ ଟିକା ଲଗାଯାଇଛି ।

ଏହା ସହ ମନ୍ତ୍ରୀ ରାଘବଜୀ ପଟେଲ କହିଛନ୍ତି ଯେ, ରାଜ୍ୟରେ ଏହି ରୋଗର ପ୍ରଥମ ମାମଲା ଚିହ୍ନଟ ହେବା ପରେ ଏହାକୁ ନିୟନ୍ତ୍ରଣ କରିବାକୁ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା । ଫଳରେ ଏହାକୁ ନିୟନ୍ତ୍ରଣ କରାଯାଇଛି । କିନ୍ତୁ ଏହାର ପ୍ରଥମ ମାମଲା କେବେ ସାମ୍ନାକୁ ଆସିଥିଲା, ତାହା ସେ କହିନାହାନ୍ତି ।

ତେବେ ଲମ୍ପି ସ୍କିନ୍ ରୋଗ ହେଉଛି ଏପରି ଏକ ରୋଗ, ଯାହା ମଶା, ମାଛି, ଏବଂ ପୋକ ଦ୍ୱାରା ବ୍ୟାପିଥାଏ  । ଏହା ଗୋରୁ ସହିତ ସିଧାସଳଖ ଯୋଗାଯୋଗ ଏବଂ ଦୂଷିତ ଖାଦ୍ୟ ଏବଂ ଜଳ ମାଧ୍ୟମରେ ବ୍ୟାପିଥାଏ  ।

ଲକ୍ଷଣ:-

ଲମ୍ପି ସ୍କିନ୍ ରୋଗର ଲକ୍ଷଣ ହେଉଛି- ପଶୁମାନଙ୍କଠାରେ ଜ୍ୱର, ଆଖି ଏବଂ ନାକରୁ ପାଣି ବାହାରିବା, ପାଟିରୁ ଲାଳ ବାହାରିବା, ଶରୀରର ବିଭିନ୍ନ ଅଂଶ ଫୁଲିଯିବା, ଦୁଗ୍ଧ ଉତ୍ପାଦନ ହ୍ରାସ ହେବା ଏବଂ ଖାଇବା ସମୟରେ ସମସ୍ୟା ହେବା ।

Get real time updates directly on you device, subscribe now.