fbpx

ବଦଳିଲା କ୍ରୀଡାର ପରିଭାଷା: ଜମ୍ମୁ କଶ୍ମୀରରେ ଲାଗୁ ହେଲା ନୂଆ ଖେଳନୀତି ୨୦୨୨

ନୂଆଦିଲ୍ଲୀ: ରାଜ୍ୟର ନୂଆ ଖେଳନୀତିକୁ ମଞ୍ଜୁରୀ ପ୍ରଦାନ କରିଛି ଜମ୍ମୁ କଶ୍ମୀର ପ୍ରଶାସନ । ଏଣିକି ଖେଳାଳିମାନଙ୍କୁ ସରକାରୀ ଚାକିରି ସହିତ ବିଭିନ୍ନ ପୁରସ୍କାରରେ ପୁରସ୍କୃତ କରାଯିବ ବୋଲି ଜଣାଯାଇଛି । ରାଜ୍ୟରେ ବିଭିନ୍ନ ଖେଳ, ଖେଳାଳି ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ ୨୦୨୨ର ଏହି ଖେଳନୀତିକୁ ମଞ୍ଜୁରୀ ଦେଇଛି ଜମ୍ମୁ-କଶ୍ମୀର ପ୍ରଶାସନ । ଏହି ନିଷ୍ପତ୍ତି ସହ ଖେଳାଳିମାନଙ୍କୁ ପୁରସ୍କୃତ କରୁତିବା ସ୍ୱତନ୍ତ୍ର ରାଜ୍ୟମାନଙ୍କ ତାଲିକାରେ ସ୍ଥାନ ପାଇଛି ।

ଏଣିକି ଜମ୍ମୁ-କଶ୍ମୀରରେ ଖେଳାଳିମାନଙ୍କୁ ଚାକିରି ଦିଆଯିବା ସହିତ ଏକ ଲକ୍ଷରୁ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ପ୍ରଦାନ କରାଯିବ । ଉପ-ରାଜ୍ୟପାଳ ମନୋଜ ସିହ୍ନାଙ୍କ ଅଧ୍ୟକ୍ଷତାରେ ଜମ୍ମୁ-କଶ୍ମୀର ପ୍ରଶାସନିକ ପରିଷଦ ୨୦୨୨ ଖେଳନୀତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥିରେ ଅଲିମ୍ପିକ୍ସ, ଏସିୟ କ୍ରୀଡା, ରାଜ୍ୟଗୋଷ୍ଠୀ କ୍ରୀଡା, ବିଶ୍ୱ ଚମ୍ପିଆନସିପ ସମେତ ଯୁବ ଅଲିମ୍ପିକ୍ସ ଗେମ୍ସ,, ବିଶ୍ୱ ବିଦ୍ୟାଳୟସ୍ତରୀୟ ଖେଳ ପ୍ରତିଯୋଗୀମାନଙ୍କୁ ପ୍ରଦର୍ଶନ ଆଧାରରେ ଚାକିରି ଏବଂ ପୁରସ୍କାର ଦିଆଯିବ । ପ୍ରତି ବର୍ଷ ୧୦ ଜଣ ସର୍ବଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କୃତ କରାଯିବ ।

Get real time updates directly on you device, subscribe now.