ଷ୍ଟଡିରୁ ନୂଆ ଖୁଲାସା: ମଙ୍ଗଳ ଗ୍ରହର ବରଫପାତ ଅଞ୍ଚଳ ତଳେ ଏଲିୟନ ରହିଥିବା ନେଇ ବଢ଼ିଲା ସମ୍ଭାବନା

ନୂଆଦିଲ୍ଲୀ: ଏଲିୟନଙ୍କ ବିଷୟରେ ଅଧିକ ତଥ୍ୟ ହାସଲ କରିବା ପାଇଁ ବୈଜ୍ଞାନିକମାନେ ବର୍ଷ ବର୍ଷ ଧରି ପ୍ରୟାସ ଜାରି ରଖିଥିବା ବେଳେ ଏହା ମଧ୍ୟରେ ଏକ ନୂଆ ଖୁଲାସା ହୋଇଛି । ମଙ୍ଗଳ ଗ୍ରହର ବରଫପାତ ଅଞ୍ଚଳରେ ଏଲିୟନ ଜୀବନକୁ ନେଇ ସମ୍ଭାବନା ବଢ଼ିଯାଇଛି । ମଙ୍ଗଳ ଗ୍ରହର ଆଇସକ୍ୟାପ ଅର୍ଥାତ ବରଫର ଚାଦରରେ ତଳେ ଜୀବନ ରହିଥିବା ନେଇ ବୈଜ୍ଞାନିକମାନେ ଅନୁମାନ କରିଛନ୍ତି । ଏଥିସହିତ ସେଠାରେ ଫଟୋସିନ୍ଥେସିସ ପରି ପ୍ରକ୍ରିୟା ହେଉଥିବା ନେଇ ବୈଜ୍ଞାନିକମାନେ ଅନୁମାନ କରିଛନ୍ତି ।

ଫଟୋସିନ୍ଥେସିସ ପ୍ରକ୍ରିୟା ମାଧ୍ୟମରେ ବୃକ୍ଷଲତା,ଏଲଗୀ ଓ ସାଇନୋବ୍ୟାକ୍ଟେରିଆ ଏନର୍ଜି ସୃଷ୍ଟି କରିଥାନ୍ତି । ଏଥିପାଇଁ ଜଳ ଓ ସୂର୍ଯ୍ୟ ରଶ୍ମୀର ଆବଶ୍ୟକତା ପଡ଼ିଥାଏ । ଏହିଠାରୁ ହିଁ ଧରିତ୍ରୀର ବାୟୁମଣ୍ଡଳର ସବୁଠାରୁ ଅଧିକ ଅକ୍ସିଜେନ ସୃଷ୍ଟି ହୋଇଥାଏ । ମାତ୍ର ଏକ ନୂଆ ଷ୍ଟଡି ମୁତାବକ, ମଙ୍ଗଳ ଗ୍ରହରେ ଧ୍ରୁବ ନିକଟରେ ବରଫର ଏକ ମୋଟା ଚାଦର ରହିଛି ଓ ସେଠାରେ ଜୀବନର ସମ୍ଭାବନା ଥାଇପାରେ । ବୈଜ୍ଞାନିକମାନେ ଏହାକୁ ଗ୍ରହଣ କରନ୍ତି ଯେ, ସୂର୍ଯ୍ୟର ରେଡିଏସନରୁ ବର୍ତ୍ତିବା ପାଇଁ ବରଫର ଚାଦର ତଳେ ଫଟୋସିନ୍ଥେସିବା ଅନ୍ୟ କୌଣସି ପ୍ରକ୍ରିୟା ମାଧ୍ୟମରେ ଜୀବନ ସମ୍ଭବ ହୋଇଥାଇପାରେ । ତାହାକୁ ରେଡିଆକ୍ଟିଭ ହାବିଟେବୁଲ ଜୋନ୍ସ କୁହାଯାଏ ।

ବୈଜ୍ଞାନିକମାନେ ନାସାର ଆର୍ବିଟର, ପରର୍ସିଭରେନ୍ସ ରୋଭର, ମାର୍ସ ସାମ୍ପଲ ଓ ଏକ୍ସୋମାର୍ସ ପରି ସ୍ପେସକ୍ରାଫ୍ଟସରୁ ମିଳିଥିବା ଡାଟାକୁ ଆନାଲିସିସ୍ କରିଥିଲେ । ଏହି ସ୍ପେସକ୍ରାଫ୍ଟସରୁ ମିଳିଥିବା ଡାଟା ଆଧାରରେ ହାଇପୋଥିସିସକୁ ପ୍ରସ୍ତୁତ କରାଯାଇଥିଲା । ଏନେଇ ଅଧିକ ତଥ୍ୟ ହାସଲ ହେବା ପାଇଁ ମଙ୍ଗଳ ଗ୍ରହର ବରଫପାତ ଅଞ୍ଚଳ ତରକୁ ଯାଇ ସେଠାରେ ଯାଞ୍ଚ କରିବାକୁ ପଡ଼ିବ । ପୃଥିବୀ ଓ ମଙ୍ଗଳ ଉଭୟ ଗ୍ରହ ହାବିଟେବଲ ଜୋନରେ ଆସୁଥିବା ବେଳେ ମଙ୍ଗଳରେ ପାଣିର ଉପସ୍ଥିତି ଥାଇପାରେ । ପୃଥିବୀରେ ଦରଳ ପାଣିର ସମୁଦ୍ର ରହିଥିବା ବେଳେ ମଙ୍ଗଳରେ ଶୁଷ୍କ ଓ ଅଧିକାଂଶ ସ୍ଥାନ ଲାଲ ଓ ଡ୍ରାଏ ରହିଛି ।

Get real time updates directly on you device, subscribe now.