fbpx

ଜୀବନ ବୀମା ପଲିସିରୁ ପ୍ରାପ୍ତ ରାଶି ଉପରେ ଲାଗିବ ଟ୍ୟାକ୍ସ: କିନ୍ତୁ ଏହି ଲିମିଟ୍ ସହିତ ମିଳିବ ରିଲିଫ୍, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ: ଯଦି ଆପଣଙ୍କର ଜୀବନ ବୀମା ପଲିସି ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ, କାରଣ ଯଦି ଜୀବନ ବୀମା ପଲିସିର ବାର୍ଷିକ ପ୍ରିମିୟମ୍ ୫ ଲକ୍ଷରୁ ଅଧିକ, ତେବେ ଏଥିରୁ ପ୍ରାପ୍ତ ରିଟର୍ଣ୍ଣ ଉପରେ ଟ୍ୟାକ୍ସ ଦେବାକୁ ପଡିବ ।

ବଜେଟରେ ସରକାର ଏହା ଘୋଷଣା କରିଥିଲେ । ବର୍ତ୍ତମାନ କେନ୍ଦ୍ରୀୟ ଟିକସ ବୋର୍ଡ ଏହି ପରିପ୍ରେକ୍ଷୀରେ ଆୟକର ଆଇନକୁ ସୂଚିତ କରିଛି ।

ଏହି ବିଜ୍ଞପ୍ତିରେ ଆୟକରର ୧୬ ତମ ସଂଶୋଧନକୁ ଦର୍ଶାଇ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ କହିଛି ଯେ, ନିୟମ ୧୧ୟୁଏସିଏ ଅନୁଯାୟୀ ୧ ଏପ୍ରିଲ ୨୦୨୩ କିମ୍ବା ପରେ ଜାରି କରାଯାଇଥିବା ପଲିସି ଏବଂ ଯାହାର ପ୍ରିମିୟମ ପରିମାଣ ୫ ଲକ୍ଷରୁ ଅଧିକ ରହିଥିବ, ତାହା ଉପରେ ଏହି ନୂଆ ନିୟମ ଲାଗୁ ହେବ ।

ସିବିଡିଟି ସ୍ପଷ୍ଟ କରିଛି ଯେ, ଯଦି ଜଣେ ବ୍ୟକ୍ତିଙ୍କର ଗୋଟିଏରୁ ଅଧିକ ପଲିସି ଥାଏ, ତେବେ ସମସ୍ତ ପଲିସିର ପ୍ରିମିୟମ ଯୋଗ କରାଯିବ । ଯଦି ପ୍ରିମିୟମର ପରିମାଣ ୫ ଲକ୍ଷରୁ ଅଧିକ ନହୁଏ, ତେବେ ଏହାର ମ୍ୟାଚୁରିଟୀ ଉପରେ ପ୍ରାପ୍ତ ରିଟର୍ଣ୍ଣ ସମ୍ପୂର୍ଣ୍ଣ ଟିକସମୁକ୍ତ ହେବ ।

ଆୟକରର ଧାରା ୧୦ (୧୦ଡି) ଅନୁଯାୟୀ, ବୀମା ପଲିସିର ମ୍ୟାଚୁରିଟୀ ଉପରେ ପ୍ରାପ୍ତ ରାଶି ଉପରେ ଆୟକର ଛାଡ ଉପଲବ୍ଧ । କିନ୍ତୁ ବର୍ତ୍ତମାନ ଯଦି ପ୍ରିମିୟମ୍ ପରିମାଣ ୫ ଲକ୍ଷରୁ ଅଧିକ, ତେବେ ଏହାର ମ୍ୟାଚୁରିଟୀ ଉପରେ ପ୍ରାପ୍ତ ଟଙ୍କା ଆୟକର ଅଧୀନରେ ଆସିବ ।

Get real time updates directly on you device, subscribe now.