fbpx

ଲୁଟ କରିବାର ନିଞ୍ଜା ଟେକନିକ: ଅମୁଲ କୁଲ ହେଉଛି ହତିଆର

ଭୁବନେଶ୍ୱର: ରାଜଧାନୀରେ ବଢୁଛି ଲୁଟ ତରାଜ ଭଳି ମାମଲା । ନୂଆ ନୂଆ ଉପାୟରେ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛନ୍ତି ଲୁଟେରା । ମାତିଛନ୍ତି ସାତିର ଲୁଟେରା । ପୋଲିସକୁ ଚକମା ଦେଇ ଗୋଟିଏ ପରେ ଗୋଟିଏ ଲୁଟ କରି ଚାଲିଛନ୍ତି ଦୁର୍ବୃତ୍ତ । ଯାହାକୁ ନେଇ ଏବେ ଚିନ୍ତାରେ ଓଡିଶା ପୋଲିସ । ଏହିଭଳି ଏକ ଲୁଟ ଘଟଣା ସାମନାକୁ ଆସିଛି ଭୁବନେଶ୍ୱର ସହିଦନଗର ଥାନା ଅଞ୍ଚଳରୁ । ଲୁଟ କରିବା ପାଇଁ ଏମାନେ ଅମୁଲ କୁଲକୁ ସଜାଇଛନ୍ତି ନିଜର ହତିଆର ।

Amul kool-kesar flavour - SUPER LOCAL BAZAAR
ଏମିତି ଏକ ଫିଲ୍ମ ଷ୍ଟାଇଲ ଲୁଟର ଶିକାର ହୋଇଛନ୍ତି ବାଙ୍ଗାଲୋର ଫେରନ୍ତା ଜଣେ ଯୁବକ । ନିଶା ଦେଇ ଯୁବକଙ୍କଠାରୁ ଲୁଟି ନେଇଛନ୍ତି ଏଟିଏମ ଏବଂ ଲକ୍ଷାଧିକ ଟଙ୍କା । ଏହାପରେ ଯୁବକ ଜଣଙ୍କୁ ଯାଜପୁର ଛତିଆ ନିକଟରେ ଫୋପାଡି ଦେଇ ଫେରାର ହୋଇଯାଇଛନ୍ତି ଲୁଟେରା ଗ୍ୟାଙ୍ଗ । ଏ ନେଇ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି ଯୁବକ ଜଣକ ।

Called Car Advertising And Then Millions Of Such Loot - Olx पर कार का  विज्ञापन देकर बुलाया और फिर 4.75 लाख लूट लिए - Amar Ujala Hindi News Live
ଗତ ୧ ତାରିଖ ଦିନ ରାଜକନିକାର ଧୀରେନ ପରିଡା ବାଙ୍ଗାଲୋରରୁ ଫେରି ଭୁବନେଶ୍ୱରର ସତସଙ୍ଗ ବିହାର ନିକଟରେ ଗାଡିକୁ ଅପେକ୍ଷା କରିଥିଲେ । ଏହି ସମୟରେ ଏକ କାର ତାଙ୍କୁ ଲିଫ୍ଟ ଦେବ କହି ସାଭ୍ଗରେ ଯିବାକୁ କହିଥିଲା । ଆଉ ସେମାନଙ୍କ କଥାରେ ଫସି ଯାଇଥିଲେ ଧୀରେନ । ସାଧୁ ରୂପରେ ଲିଫ୍ଟ ଦେଇ ଯେ ସେମାନେ ଲୁଟିନେବେ, ଏକଥାକୁ ଜାଣି ପାରି ନଥିଲେ ଧୀରେନ । କିଛି ନଭାବି ଗାଡିରେ ବସି ଚାଲିଗଲେ, ଆଉ କିଛି ବାଟ ଯିବା ପରେ ଲୁଟେରା ଆରମ୍ଭ କରିଥିଲେ ନିଜର ଅପରେସନ । ଧୀରେନଙ୍କୁ ଅମୁଲ କୁଲରେ ନିଶା ମିଶାଇ ପିଇବା ପାଇଁ ଦେଇଥିଲେ ଲୁଟେରା । ଏହାପରେ ଧୀରେନଙ୍କୁ ଛତିଆ ନିକଟରେ ଫିଙ୍ଗି ନଗଦ ୨୫ ହଜାର ଟଙ୍କା ଏବଂ ଏଟିଏମ ନେଇ ଫେରାର ହୋଇଥିଲେ ଲୁଟେରା ଗ୍ୟାଙ୍ଗ । ହୋସ ଆସିବା ପରେ ଏଟିଏମରୁ ୭୫ ହଜାରଟଙ୍କା ମଧ୍ୟ ଉଠାଇଥିବା ସହିଦନଗର ଥାନାରେ ଏତଲା ଦାୟର କରିଛନ୍ତି ଧୀରେନ ।

Get real time updates directly on you device, subscribe now.