fbpx

ଜୁନ୍ ୨୬ରୁ ନୂତନ ଟେଲିକମ୍ ଆଇନ୍, ଜାଣନ୍ତୁ କ’ଣ କହୁଛି gazette notification

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୨୬ରୁ ଟେଲିକମ୍ୟୁନିକେସନ୍ସ ଆକ୍ଟ ୨୦୨୩ କାର୍ଯ୍ୟକାରୀ ହେବ । ଏହି ନୂତନ ଟେଲିକମ ନିୟମ ଭାରତୀୟ ଟେଲିଗ୍ରାଫ୍ ଆକ୍ଟ, ୧୮୮୫ ଏବଂ ଭାରତୀୟ ବେତାର ଟେଲିଗ୍ରାଫ ଆକ୍ଟ, ୧୯୩୩କୁ ରିପ୍ଲେସ କରିବ । ଟେଲିକମ୍ କ୍ଷେତ୍ର ଏବଂ ପ୍ରଯୁକ୍ତିବିଦ୍ୟାରେ ନୂତନ ବୈଷୟିକ ଅଗ୍ରଗତିକୁ ଦୃଷ୍ଟିରେ ରଖି ନୂତନ ନିୟମ କାର୍ଯ୍ୟକାରୀ ହେବ ।

ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ଜୁନ୍ ୨୬ରୁ କାର୍ଯ୍ୟକାରୀ ହେବାକୁ ଥିବା ନୂତନ ଟେଲିକମ ଆଇନର ନିର୍ଦ୍ଦିଷ୍ଟ ବ୍ୟବସ୍ଥାରେ ଧାରା ୧, ୨, ୧୦ରୁ ୩୦, ୪୨ରୁ ୪୪, ୪୬, ୪୭, ୫୦ରୁ ୫୮, ୬୧ ଏବଂ ୬୨ ଅନ୍ତର୍ଭୁକ୍ତ ରହିବ । ଏହି ନୂତନ ନିୟମ ଅନୁଯାୟୀ ଜରୁରୀକାଳୀନ ସମୟରେ ଟେଲିକମ ସେବା କିମ୍ବା ନେଟୱାର୍କ ନିୟନ୍ତ୍ରଣ ଗ୍ରହଣ କରିବାକୁ ସରକାରଙ୍କୁ ଅନୁମତି ପ୍ରଦାନ କରିଥାଏ । ସରକାର ସୁରକ୍ଷା, ଜନ ଶୃଙ୍ଖଳା କିମ୍ବା ଅପରାଧକୁ ରୋକିବା ପାଇଁ ସରକାର ନିଜ ଶକ୍ତିର ପ୍ରୟୋଗ କରିପାରେ । ଏହି ସରକାରୀ ଗେଜେଟ୍ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି, ‘ଜନସାଧାରଣଙ୍କ ସଶକ୍ତିକରଣ ପାଇଁ ଟେଲିକମ୍ୟୁନିକେସନ ହେଉଛି ଏକ ଶକ୍ତିଶାଳୀ ଉପକରଣ । ତଥାପି ଏହାର ଅପବ୍ୟବହାର ୟୁଜର୍ସଙ୍କ ପାଇଁ ବିପଦ ଆଣିପାରେ । ୟୁଜର୍ସଙ୍କୁ ଅବାଂଛିତ ବାଣିଜି୍ୟକ ଯୋଗାଯୋଗରୁ ସୁରକ୍ଷା ପାଇଁ ଏହି ବ୍ୟବସ୍ଥା ପ୍ରଦାନ କରାଯାଇଛି ଏବଂ ଅଭିଯୋଗ ସମାଧାନ ବ୍ୟବସ୍ଥା ମଧ୍ୟ ପ୍ରଦାନ କରୁଛି ।’

ଟେଲିକମ୍ୟୁନିକେସନ ଆକ୍ଟ ୨୦୨୩ ଅନୁଯାୟୀ କୌଣସି ଟେଲିକମ୍ ପ୍ଲେୟାର ଟେଲିକମ୍ୟୁନିକେସନ ନେଟୱାର୍କ, ସେବା ପ୍ରଦାନ କିମ୍ବାratio equipmentକୁ ପ୍ରତିଷ୍ଠା ବା କାର୍ଯ୍ୟକାରୀ କରିବାକୁ ଚାହୁଁଥିଲେ ସରକାରଙ୍କ ତରଫରୁ ଅନୁମୋଦିତ ହେବା ଜରୁରୀ । ଜାତୀୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ଭାରତର ଟେକ୍ନୋଲୋଜି ଡେଭେଲପର୍ସଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ଆକ୍ଟ ଟେଲିକମ୍ ସେବା, ଟେଲିକମ୍ ନେଟୱାର୍କ, ଟେଲିକମ୍ ସୁରକ୍ଷା ଇତ୍ୟାଦି ପାଇଁ ମାନକ ଏବଂ ଅନୁରୂପ ମୂଲ୍ୟାଙ୍କନ ପଦକ୍ଷେପ ସ୍ଥିର କରିବାକୁ ଏହି ନିୟମ କ୍ଷମତା ପ୍ରଦାନ କରିଥାଏ । ଏହା ସହ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ଯେ ଏହି ଆକ୍ଟ ଅଣସଂରକ୍ଷିତ ଗ୍ରାମୀଣ, ସୁଦୂର ଏବଂ ସହରାଞ୍ଚଳରେ ସର୍ବଭାରତୀୟ ସେବା ପାଇଁ ସମର୍ଥନକୁ ଅନ୍ତଭୁର୍କ୍ତ କରିବା ପାଇଁ ସର୍ବଭାରତୀୟ ସେବା ବାଧ୍ୟତାମୂଳକ ପାଣ୍ଠିକୁ ବ୍ୟାପକ କରିଥାଏ । ଟେଲି ଯୋଗାଯୋଗ ସେବା, ପ୍ରଯୁକ୍ତିବିଦ୍ୟା, ଉତ୍ପାଦ ଏବଂ ପାଇଲଟ୍ ପ୍ରଜେକ୍ଟ ସହ ଜଡ଼ିତ ଅନୁସନ୍ଧାନ ଏବଂ ବିକାଶକୁ ସମର୍ଥନ ଯୋଗାଇବା ଏହାର ଲକ୍ଷ ଅଟେ । ଅତିରିକ୍ତ ଭାବରେ ନୂତନତ୍ୱ ଏବଂ ନୂତନ ଜ୍ଞାନକୌଶଳର କାର୍ଯ୍ୟକାରିତାକୁ ଉତ୍ସାହିତ କରିବା ପାଇଁ ଏହି ନିୟମ ଏବଂ ରେଗୁଲେଟୋରୀ ସ୍ୟାଣ୍ଡବକ୍ସ ପାଇଁ ଏକ ଫ୍ରେମୱାର୍କ ପ୍ରତିଷ୍ଠା କରିଥାଏ ।

 

Get real time updates directly on you device, subscribe now.