fbpx

ଅର୍ଚ୍ଚନା ନାଗ ମାମଲାରେ ନୂଆ ମୋଡ; ଆଜି ଇଡିରେ ହାଜର ହୋଇ ପାରନ୍ତି ଫିଲ୍ମ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ

ଭୁବନେଶ୍ୱର:ହନୀଟ୍ରାପ କୁଇନ୍ ଅର୍ଚ୍ଚନା ନାଗ ମାମଲାରେ ଧୀରେ ଧୀରେ ଗୁମର ଫିଟିବାର ଲାଗିଛି । ଇଡି ଏହି ଘଟଣାର ତଦନ୍ତ କରୁଥିବା ବେଳେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଏହି ମାମଲାରେ ପୂର୍ବରୁ ଅର୍ଚ୍ଚନାଙ୍କ ବାପା ମା ଭାଇଙ୍କୁ ଇଡି ଜେରା କରିବା ସହ ଅର୍ଚ୍ଚନାଙ୍କ ସହେଯାଗୀ ଜଗବନ୍ଧୁକୁ ମଧ୍ୟ ଗିରଫ କରିଛି ।ଏତତ୍ ବ୍ୟତୀତ ୧୨ ଜଣଙ୍କୁ ଇଡି ଅଫିସରେ ହାଜର ହେବା ପାଇଁ ସମନ ପଠାଇଛି ଇଡି । ଯେଉଁଥିରେ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ସମେତ ଅନେକ ବଡବଡିଆ ଲୋକଙ୍କ ନାଁ ରହିଛି । ତେବେ ସେମାନଙ୍କ ମଧ୍ୟରୁ ପୂର୍ବରୁ ଜଣେ ବ୍ୟବସାୟୀ ଏବଂ ପ୍ରଯୋଜକ ଅକ୍ଷୟ ପରିଜା ଇଡି ଅଫିସରେ ହାଜର ହୋଇଥିବା ବେଳେ ଆଜି ଫିଲ୍ମ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ ଇଡି ଅଫିସରେ ହାଜର ହୋଇ ପାରନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ହନି ଟ୍ରାପ କୁଇମ୍ ଅର୍ଚ୍ଚନା ନାଗ ମାମଲାରେ ଇଡି ଆକ୍ସନ ମୋଡକୁ ଆସିଛି । ପ୍ରତ୍ୟେକ ଦିନ ଏହି ଘଟଣାରେ ଗୋଟିଏ ପରେ ଗୋଟିଏ ନୂଆ ନୂଆ ନାଁ ଏବଂ ତଥ୍ୟ ସାମ୍ନାକୁ ଆସୁଛି । ଫଳରେ ଲେଡି ବ୍ଲାକମିଲର ଅର୍ଚ୍ଚନା ନାଗର ଅଡୁଆ ବଢିବାର ଲାଗିଛି । ତେବେ ଏହି ଘଟଣାରେ ଇଡି ଅନେକ ଲୋକଙ୍କ ଚିଠା ପ୍ରସ୍ତୁତ କରିଛି । ଏଥିସହିତ ସମସ୍ତଙ୍କୁ ଇଡି ଅଫିସରେ ହାଜର ହେବା ପାଇଁ ସମନ ପଠାଇଛି । ତେବେ ଫିଲ୍ମ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁଙ୍କୁ ପୂର୍ବରୁ ସିନେ ପ୍ରଯୋଜକ ଅକ୍ଷୟ ପରିଜା, ଶ୍ରଦ୍ଧାଞ୍ଜଳୀ ବେହେରା, ବ୍ୟବସାୟୀ ଅମୀୟକାନ୍ତଙ୍କୁ ଇଡି ଜେରା କରି ସାରିଛି ।

ଇଡିର ତଦନ୍ତ ଅନୁଯାୟୀ, ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁଙ୍କ ଘରେ ପ୍ରଥମେ ଅର୍ଚ୍ଚନା ଭଡାରେ ରହୁଥିଲେ । ଯେଉଁଠାକୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଆସୁଥିବା ସନ୍ଦେହ କରାଯାଉଛି । ତେବେ ପ୍ରଡ୍ୟୁସଙ୍କୁ ଇଡିର ପଚରା ଉଚରା ପରେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କ ମଧ୍ୟରେ ଥିବା ଲିଙ୍କର ଗୁମର ଖୋଲିପାରେ ବୋଲି ଆଶା କରାଯାଉଛି । ତେବେ ରାଜ୍ୟର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲ୍ କୁହାଯାଉଥିବା ଏହି ମାମଲାରେ ସିନେ ପ୍ରଯୋଜକ ଅକ୍ଷୟ ପରିଜା ଓ ଅମୀୟକାନ୍ତଙ୍କ ଭଳି ବହୁ ପ୍ରଭାବଶାଳୀଙ୍କ ତାଲିକା ପ୍ରସ୍ତୁତ କରିଛି ଇଡି । ତା ମଧ୍ୟରୁ ପ୍ରାଥମିକ ପର୍ୟ୍ୟାୟରେ ସମନ ପାଇଥିବା ୧୨ ଜଣଙ୍କର ହାଜିରା ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଏହି ତାଲିକାରେ ଫିଲ୍ମ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁଙ୍କ ନାଁ ମଧ୍ୟ ରହିଛି । ଯିଏକି ଆଜି ଇଡି ଅଫିସରେ ହାଜର ହୋଇ ପାରନ୍ତି ।

Get real time updates directly on you device, subscribe now.