fbpx

FSSAIରେ ବମ୍ପର ନିଯୁକ୍ତି: ମ୍ୟାନେଜର ସହ ଅନ୍ୟାନ୍ୟ ପଦ ପାଇଁ ରହିଛି ଭ୍ୟାକେନ୍ସି

ନୂଆଦିଲ୍ଲୀ: ଫୁଡ ସେଫ୍ଟି ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ ତରଫରୁ ଆସିଛି ବଡ ନିଯୁକ୍ତି । ଆଡଭାଇଜର, ଜଏଣ୍ଟ ଡାଇରେକ୍ଟର, ସିନିୟର ମ୍ୟାନେଜର, ଡେପୁଟି ଡାଇରେକ୍ଟର ସମେତ ବିଭିନ୍ନ ପଦ ଖାଲି ରହିଛି । ତେବେ ଇଚ୍ଛୁକ ପ୍ରାର୍ଥୀ ଏହି ପଦ ପାଇଁ ଆବେଦନ କରିପାରିବେ । କମ୍ପାନୀର ଅଫିସିଆଲ ୱେବସାଇଟ fssai.gov.in ରେ ପ୍ରାର୍ଥୀମାନେ କରିପାରିବେ ଆବେଦନ । ତେବେ ଆବେଦନ କରିବା ପୂର୍ବରୁ ଇଚ୍ଛୁକ ପ୍ରାର୍ଥୀକାନେ କିଛି କଥା ଜାଣି ରଖିବା ନିତ୍ୟାନ୍ତ ଆବଶ୍ୟକ ।

୮୯ଟି ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଆଡଭାଇଜରରୁ ଆରମ୍ଭ କରି ମ୍ୟାନେଜର, ଆସିଷ୍ଟାଣ୍ଟ ଡାଇରେକ୍ଟର, ସିନିୟର ମ୍ୟାନେଜର ଏବଂ ଆଇଟି ଡିପାର୍ଟମେଣ୍ଟରେ ମଧ୍ୟ ନିଯୁକ୍ତି ପାଇଁ ବିଜ୍ଞାପନରେ ଉଲ୍ଲେଖ ରହିଛି । କେନ୍ଦ୍ର ସରକାର, ରାଜ୍ୟ ସରକାର କିମ୍ବା କୌଣସି ସରକାରୀ ସଂଗଠନରେ ନିୟମିତ ପଦଧାରଣ କରିଥାଏ । ତେବେ ଏହାର ଅଫିସିଆଲ ୱେବସାଇଟ fssai.gov.inରେ ଅନଲାଇନ ଆବେଦନ କରିପାରିବେ ଇଚ୍ଛୁକ ପ୍ରାର୍ଥୀ । ଏଥିପାଇଁ ଅକ୍ଟୋବର ୧୦ ତାରିଖରୁ ଆସନ୍ତା ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ସମୟସୀମା ରହିଛି ।

ତେବେ ପ୍ରଥମେ ପ୍ରାର୍ଥୀଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଅନଲାଇନରେ ଆବେଦନ କରିବାକୁ ହେବ । ଏହି ଆବେଦନ ଜମା କରିବା ପରେ ଏମ୍ପ୍ଲାୟାର ଦ୍ୱାରା ଆବେଦନ ପତ୍ର ‘ଏମ୍ପ୍ଲାୟାର/କ୍ୟାଡର କଣ୍ଟ୍ରୋଲିଙ୍ଗ ଅଥରିଟି ଏବଂ ଅନ୍ୟ ସପୋର୍ଟିଂ ସାର୍ଟିଫିକେଟ/ଡକ୍ୟୁମେଣ୍ଟସ ସହିତ ନେବାକୁ ପଡିବ । ଏହାପରେ ଫର୍ମ ଏବଂ ଅନ୍ୟ ଜରୁରୀ ଦସ୍ତାବିଜକୁ ପଠାଇ ପାରିବେ ଆବେଦନକାରୀ ।

ଠିକଣା: ସହାୟକ ନିର୍ଦ୍ଦେଶକ(ନିଯୁକ୍ତି), ଏଫଏସଏସଏଆଇ ମୁଖ୍ୟାଳୟ, ତୃତୀୟ ମହଲା, ଏଫଡିଏ ଭବନ, କୋଟଲା ରୋଡ, ନୂଆଦିଲ୍ଲୀ ।

Get real time updates directly on you device, subscribe now.