fbpx

(video) ମେଜର ବାନ୍ଧବୀଙ୍କ ସଦ୍ୟ ଭିଡିଓ ଦେଖି ମୁଣ୍ଡରେ ଦେବେ ହାତ

ଭୁବନେଶ୍ୱର: ସାରା ଦେଶରେ ରାଜନୈତିକ ଉଷ୍ମତା ସୃଷ୍ଟି କରିଥିବା ମେଜର ବାନ୍ଧବୀଙ୍କୁ ଯୌନ ନିର୍ଯାତନା ମାମଲା ଧୀରେ ଧୀରେ ଭିନ୍ନ ରୂପ ନେବାରେ ଲାଗିଛି । ଦୁଇ ଦିନ ହେବ ସାମ୍ନାକୁ ଆସୁଛି ଏମିକି କିଛି ଭିଡିଓ, ଯେଉଁଥିରୁ ମେଜରଙ୍କ ବାନ୍ଧବୀ ପୋଲିସକୁ ଫସାଇବାକୁ ବେଶ ଦକ୍ଷତାର ସହ ଯୋଜନା କରିଥିବା କଥା ସମ୍ମୁଖକୁ ଆସୁଛି । ଭିଡିଓ ଦେଖିବା ପରେ ସମ୍ପୃକ୍ତ ଯୁବତୀଙ୍କ ପ୍ରତି ସମବେଦନ ଦେଖାଉଥିବା ଲୋକଙ୍କର ଦୃଷ୍ଟି ଭଙ୍ଗିରେ ଆସିଲାଣି ପରିବର୍ତ୍ତନ ।

ମେଜରଙ୍କ ବାନ୍ଧବୀଙ୍କ ଏକ ସଦ୍ୟତମ ଭିଡିଓକୁ ଦେଖି ସେ ସମ୍ପୁର୍ଣ୍ଣ ସୁସ୍ଥ ଥିବା ତଥା ଓଲଟା ଥାନାରେ ସେ ହିଁ ଉତ୍ପାତ ମଚାଇଥିବା ପରି ମନେ ହେଉଛି । ଭିଡିଓରେ ଦେଖିବାକୁ ମିଳୁଛି, ଥାନାରେ ଯୁବତୀ ଯୁକ୍ତିତର୍କ କରିବା ସହ ଭିଡିଓ ମଧ୍ୟ କରୁଛନ୍ତି । ସେ ଭିଡିଓ କରିବା ସମୟରେ ତାଙ୍କ ଓଠରେ କ୍ଷତଚିହ୍ନ ସ୍ପଷ୍ଟ ଦେଖିବାକୁ ମିଳୁଛି । ଏହା ବ୍ୟତୀତ, ଥାନାରେ କିଛି କର୍ମଚାରୀ ବସିଥିବା ବେଳେ ସେ ଟେବୁଲ ଉପରେ ବେଖାତିର ମନୋଭାବ ନେଇ ବସି ଗୋଡ ହଲାଉଛନ୍ତି ।

ସେତିକି ନୁହେଁ, ନିଜକୁ ପୀଡିତା ଭାବେ ଗଣମାଧ୍ୟମ ସମ୍ମୁଖରେ ଚିକ୍ରାର କରୁଥିବା ଯୁବତୀଙ୍କୁ ଥାନାରୁ ବାହାରି ଆସିବା ସମୟରେ ଏକଦମ ଫିମ ଆଣ୍ଡ ଫାଇନ ଦେଖିବାକୁ ମିଳୁଛି । ହୁଏତ ତାଙ୍କର ସାନ ଭାଇ ବା ଅନ୍ୟ କେହି ସମ୍ପର୍କୀୟ ହୋଇଥିବେ ତାଙ୍କୁ ଥାନାରୁ ଆଗ ବାହାର କରି ବେଶ ବେପରୁଆ ଭାବେ ଯାଉଥିବା ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ, ଲିପ୍ଟ ପାଇଁ ଅପେକ୍ଷା କରିଥିବା ବେଳେ ଲିପ୍ଟକୁ ଗୋଡରେ ଗୋଇଠା ମାରୁଛନ୍ତି । ସବୁ ଯାଗାରେ ସେ ନିଶାସକ୍ତ ଥିବା ଜଣାପଡୁଥିଲେ ମଧ୍ୟ ଏକଦମ ସୁସ୍ଥ ଥିବା ଦେଖିବାକୁ ମିଳୁଛି ।

ଏହି ଭିଡିଓ ଦେଖିବା ପରେ ଲୋକେ କହୁଛନ୍ତି, ସେ ଓକିଲ ହୋଇଥିବାରୁ ପୋଲିସକୁ କେମିତି ଫସେଇ ପାରିବେ, ତାହା ତାଙ୍କୁ ବେଶ ଭଲଭାବେ ଜଣା । ସେଇ ପଇଁତରା ଆପ୍ଲାଇ କରିଛନ୍ତି ।

Get real time updates directly on you device, subscribe now.