fbpx

ଇମ୍ରାନ ସରକାରଙ୍କୁ ଶକ୍ତ ଚାପୁଡ଼ା: ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନରେ ମ୍ୟାଚ୍ ଖେଳିପାରବେନି ବୋଲି କହିଲେ ନ୍ୟୁଜିଲାଣ୍ଡ କ୍ରିକେଟ୍ ଟିମ୍

ନୂଆଦିଲ୍ଲୀ: ପାକିସ୍ତାନକୁ ନ୍ୟୁଜିଲାଣ୍ଡର ଝଟକା । ଆଫଗାନିସ୍ତାନରେ ତାଲିବାନ ସରକାରଙ୍କୁ ସମର୍ଥନ କରୁଥିବା ପାକିସ୍ତାନକୁ ନ୍ୟୁଜିଲାଣ୍ଡ ଶକ୍ତ ଝଟକା ଦେଇଛି । ନ୍ୟୁଜିଲାଣ୍ଡ କ୍ରିକେଟ୍ ଟିମ୍ ନିଜର ସୁରକ୍ଷାକୁ ଦୃଷ୍ଟିରେ ରଖି ପାକିସ୍ତାନ ସହିତ ହେବାକୁ ଥିବା ଦିନିକିଆ ସିରିଜ୍ କୁ ରଦ୍ଦ କରିଦେଇଛନ୍ତି । ନ୍ୟୁଜିଲାଣ୍ଡ ଟିମ୍ ପକ୍ଷରୁ ପାକିସ୍ତାନ ଗସ୍ତକୁ ଅଧାରୁ ହିଁ ରୋକି ଦେଇଛନ୍ତି । ମ୍ୟାଚ୍ ରଦ୍ଦ ହେବା ପରେ ପାକିସ୍ତାନ ଏବେ ବିଶ୍ୱ ଦରବାରରେ ନିନ୍ଦିତ ହୋଇଛି । ତେବେ ଶୁକ୍ରବାର ଦିନ ମ୍ୟାଚ୍ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ହିଁ ନ୍ୟୁଜିଲାଣ୍ଡ ଏହି ବଡ଼ ନିଷ୍ପତି ନେଇଛି ।

ଯୋଜନା ଅନୁସାରେ, ନ୍ୟୁଜିଲାଣ୍ଡ ଟିମ୍ ରାଓଲପିଣ୍ଡି ଠାରେ ତିନିଟି ମ୍ୟାଚ୍ ଓ ଲାହୋର୍ ଠାରେ ୫ଟି ଟି-୨୦ ମୁକାବିଲା ହେବାର ଥିଲା । ଏବେ ଏହି ଟିମ୍ ପାକିସ୍ତାନ ଗସ୍ତ ପୂର୍ବରୁ ହିଁ ଖେଳକୁ ରଦ୍ଦ କରିଦେଇଛନ୍ତି । ଏନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଟୁଇଟ୍ କରି କୁହାଯାଇଛି ଯେ, “ଆଜି ନ୍ୟୁଜିଲାର୍ଡ କ୍ରିକେଟ୍ ବୋର୍ଡ ସୂଚନା ଦେଇଛନ୍ତି ଯେ, ସେମାନେ ସୁରକ୍ଷା ଆଲର୍ଟ ପାଇଁ ସତର୍କ କରିଦିଆଯାଇଛି । ସେମାନେ ଏକତରଫା ଭାବରେ ସିରିଜ୍ କୁ ସ୍ଥଗିତ କରିବାନେଇ ନିଷ୍ପତି ନେଇଛନ୍ତି । ପାକିସ୍ତାନରେ ସେମାନଙ୍କ ପ୍ରତି ବିପଦ ରହିଛି। ଏହି ଘଟଣା ପରେ ଇମ୍ରାନ ଖାନ ଓ ପିସିବିର ଅଧିକାରୀ ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ଏବଂ ଖେଳାଳିଙ୍କ ସହ ଆଲୋଚନା ଆରମ୍ଭ କରି ଦେଇଛି” ।

 

Get real time updates directly on you device, subscribe now.