fbpx
BSKY
BJD YOUTH SKY
BJD MS SKY

ଜନ୍ମର ୩ ଦିନ ପରେ ଚାଲିବାକୁ ଚେଷ୍ଟା କରୁଥିବା ଶିଶୁ ଏବେ ୩ ମାସରେ ଆଇ ଲଭ୍ ୟୁ କହୁଛି

ନୂଆଦିଲ୍ଲୀ:ଶୀର୍ଷକଟି ପଢି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏକ ୩ ଦିନର ଶିଶୁ କର ଲେଉଟାଇବାକୁ ସମର୍ଥ ହୋଇ ନ ଥିବା ବେଳେ ସେ ଚାଲି ପାରିବ କିପରି । କିନ୍ତୁ ଏବେ ସୋସିଆଲ ମିଡିଆରେ ୩ ଦିନର ଏକ ଛୋଟ ଶିଶୁର ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯେଉଁଠି ଦେଖିବାକୁ ମିଳୁଛି ନବଜାତକଟି ଉଠି ଛିଡା ହେବାକୁ ଚେଷ୍ଟା କରୁଛି । ସମୟ ପୂର୍ବରୁ ବଡ ହୋଇ ଏହି ଶିଶୁଟି ପ୍ରତିଦିନ ତାର ମା ବାପାଙ୍କୁ ହଇରାଣ କରୁଥିବା ଖବର ମିଳିଛି ।

ଆମେ ଜାଣୁ ସାଧାରଣତଃ ଶିଶୁ ଜନ୍ମ ନେବାର ୩ ମାସ ପରେ ପେଟେଇବା ଓ ୬ମାସରୁ ଏକ ବର୍ଷ ମଧ୍ୟରେ ଚାଲିବା ଶିଖିଥାଏ । ଯେତେବେଳେ ଶିଶୁ ପ୍ରଥମେ ଚାଲିବା ଶିଖିଥାଏ ସେତେବେଳେ ବାପା ମାଙ୍କ ଖୁସି କହିଲେ ନ ସରେ । କିନ୍ତୁ ମାତ୍ର ୩ ଦିନରେ ଏକ ଶିଶୁ ଚାଲିବା ଆରମ୍ଭ କରିବା ବାପା ମାଙ୍କ ଲାଗି ଯେତିକି ଚିନ୍ତାଜନକ ବିଷୟ ସାରା ଦୁନିଆ ଲାଗି ସେତିକି ବିସ୍ମୟକର । ଭିଡିଓରେ ଦେଖିବାକୁ ମିଳୁଛି ନବଜାତକଟି ମେଡିକାଲ୍ ବେଡ୍ ଉପରେ ପ୍ରଥମେ ପେଟେଇ ତା ପରେ ଉଠି ଛିଡା ହେବାକୁ ଚେଷ୍ଟା କରୁଛି ।

ଏବେ ଏହି ବିଚିତ୍ର ଶିଶୁର ଭିଡିଓ ସୋସିଆଲ୍ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ତେବେ ଏହିି ଆଶ୍ଚର୍ଯ୍ୟଜନକ ମାମଲା ଆମେରିକାରୁ ଆସିଛି । ଏହି ବିଚିତ୍ର ଶିଶୁର ମାଙ୍କ ନାମ ସାମନ୍ଥା ମିଟସେଲ୍ । ସାମନ୍ଥା କହିଛନ୍ତି, ତାଙ୍କ ନବଜାତ ଶିଶୁ ଜନ୍ମ ହେବା ପରେ ହିଁ ମୁଣ୍ଡ ଉଠାଇ ଚାହିଁବାକୁ ଏବଂ ଗୁରୁଣ୍ଡିବାକୁ ଚେଷ୍ଟା କରିଥିଲା । ସେ କହିଛନ୍ତି ମୋତେ ଲାଗୁଛି ମୋ ପିଲା କେବେ ନବଜାତ ହିଁ ନ ଥିଲା । ଯେତେବେଳେ ମୁଁ ପ୍ରଥମ ଥର ତାକୁ ଚାଲିବାକୁ ଚେଷ୍ଟା କରୁଥିବାର ଦେଖିଥିଲି ସେତେବେଳେ ମୁଁ ଚମକି ପଡିଥିଲି । ଯେତେବେଳେ ଏହା ଘଟିଲା ସେତେବେଳେ ହସ୍ପିଟାଲ୍ ରୁମ୍ରେ ମୋ ସହ କେବଳ ମୋ ମା’ ହିଁ ଥିଲେ । ସେ ଏହାର ଭିଡିଓ ରେକର୍ଡ କରିଥିଲେ । କାରଣ ସେ ଜାଣିଥିଲେ ଏପରି ଏକ ଅଦ୍ଭୁତ କଥାକୁ କେହି ସହଜରେ ବିଶ୍ୱାସ କରିବେ ନାହିଁ ।

ତେବେ ଏହି ଭିଡିଓ ଭାଇରାଲ୍ ହେବାପରେ ସାମନ୍ଥା କହିଛନ୍ତି ଏହା ୩ ମାସ ତଳର ଭିଡିଓ ଯାହା ଏବେ ଭାଇରାଲ୍ ହେବାରେ ଲାଗିଛଇ । କିନ୍ତୁ ମୋ ଶିଶୁକୁ ଏବେ ୩ମାସ ହୋଇଗଲାଣି । ଏବେ ସେ କୌଣସି ଜିନିଷର ସପୋର୍ଟ ନେଇ ପୁରା ଛିଡା ହୋଇପାରୁଛି । ୩ମାସରେ ଶିଶୁ ଛିଡା ହେବା ବି ସାଧାରଣ କଥା ନୁହେଁ । ତାଙ୍କର ଏହି ଶିଶୁ ମାତ୍ର ଦେଢ ମାସରେ କଥା କହିବା ଆରମ୍ଭ କରିଥିଲା ଓ ସେ ନିଜ ମାକୁ ନକଲ କରିବାକୁ ଚେଷ୍ଟା କରିଥିଲା । ସେ କହିଛନ୍ତି ଆମେ ତାକୁ ଆଇ ଲଭ୍ ୟୁ କହିଲେ ସେ ଏହାର ପୁନରାବୃତ୍ତି କରୁଛି । ଏପରି ଏକ ଭିଡିଓ ଭାଇରାଲ୍ ହେବା ପରେ ବିଭିନ୍ନ ସ୍ତରରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଛି । କିଏ କହୁଛି ଏହା କୌଣସି ଯାଦୁର କମାଲ ନୁହେଁ ତ ଆଉ କେହି କହୁଛି କଳିଯୁଗରେ କିଛି ବି ହୋଇପାରେ ।

Get real time updates directly on you device, subscribe now.