fbpx
BSKY SKY
BSKY SKY

ସାହସ ଦେଖାଇଲେ ବାଲେଶ୍ୱର ଯୁବକ: ରେସକ୍ୟୁ ଟିମ୍ ପହଞ୍ଚିବା ପୂର୍ବରୁ ୩୦୦ ଜଣଙ୍କୁ ଉଦ୍ଧାର କଲେ, ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

BSKY

ନୂଆଦିଲ୍ଲୀ: ବାଲେଶ୍ୱର ଜିଲ୍ଲାର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୮୮ ଜଣଙ୍କର ମୃତ୍ୟୁ ଘଟିବା ସହିତ ୧୦୦୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ଏହା ମଧ୍ୟରେ କେନ୍ଦ୍ର ସରକାର ଓ ରେଳ ମନ୍ତ୍ରଣାଳୟ ପକ୍ଷରୁ ମୃତକଙ୍କ ପାଇଁ ସହାୟତା ରାଶି ଘୋଷଣା କରାଯାଇଛି । ଏଥିସହିତ ପଶ୍ଚିମବଙ୍ଗ, ଛତିଶଗଡ଼ ଆଦି ବିଭିନ୍ନ ରାଜ୍ୟ ସରକାର ସହାୟତା ଦେବାକୁ ଆଗେଇ ଆସିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଘଟଣାସ୍ଥଳକୁ ଯାଇ ପୀଡ଼ିତଙ୍କ ଦୁଃଖ ବୁଝିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବାଲେଶ୍ୱର ଆସି ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବେ । ତେବେ ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ଦୁର୍ଘଟଣା ସମୟରେ ସାହସ ନ ହରାଇ ଶହ ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ ଜଣେ ସ୍ଥାନୀୟ ଯୁବକ ଗଣେଶ । ବାଲେଶ୍ୱର ଜିଲ୍ଲାର ଏହି ଯୁବକଙ୍କ ମହତ୍ ପଣିଆକୁ ଏବେ ସମସ୍ତେ ସଲାମ୍ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଦୁର୍ଘଟଣା ସମୟରେ ଏହି ସାହସୀ ଗଣେଶ ଅନେକ ଶିଶୁ, ଆହତଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ । ଦୁର୍ଘଟଣାସ୍ଥଳରେ ରେସକ୍ୟୁ ଟିମ୍ ପହଞ୍ଚିବା ପୂର୍ବରୁ ଯୁବକ ଜଣଙ୍କର ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ଦୁର୍ଘଟଣା ଘଟିବା ସମୟରେ ଏକ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଏହି ସମୟରେ ସେହି ସ୍ଥାନଠାରୁ ମାତ୍ର ୨୦୦ ମିଟର ଦୂରରେ ରହିଥିଲେ ଗଣେଶ । ତେଣୁ କାଳ ବିଳମ୍ବ ନକରି ଗଣେଶ ସ୍ଥାନୀୟ ଯୁବକଙ୍କ ସହ ମିଶି ଟ୍ରେନରେ ଫଶି ରହି ଚିତ୍କାର କରୁଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ଆରମ୍ଭ କରିଥିଲେ । ଠିକ୍ ସମୟରେ ଗଣେଶ ମାନବିକତା ଦେଖାଇଥିଲେ । ଗଣେଶ ନଥିଲେ ହୁଏତ ମୃତ୍ୟୁସଂଖ୍ୟା ଆହୁରି ବଢ଼ିଯାଇଥାନ୍ତା ।

Get real time updates directly on you device, subscribe now.