fbpx

କ୍ୟାପିଟାଲ ହସ୍ପିଟାଲର ଏକ ଡଷ୍ଟବିନରୁ ମିଳିଲା ନବଜାତ ଶିଶୁର ମୃତଦେହ; ପୋଲିସର ଛାନଭିନ୍

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ଏକ ଡଷ୍ଟବିନରୁ ମିଳିଛି ଏକ ନବଜାତ ଶିଶୁର ମୃତଦେହ । ହସ୍ପିଟାଲର ଶିଶୁ ବିଭାଗ ୱାର୍ଡ ନିକଟରେ ଥିବା ଏକ ଡଷ୍ଟବିନରୁ ନବଜାତକୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

ଡାକ୍ତରଖାନା ଆସିଥିବା କିଛି ଲୋକ ମୃତଦେହକୁ ଡଷ୍ଟବିନରେ ଦେଖି ତୁରନ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ଜଣାଇଥିଲେ । ଖୁବ ଶୀଘ୍ର ହସ୍ପିଟାଲ କର୍ତ୍ତୃପକ୍ଷ ଏହି ଘଟଣାକୁ କ୍ୟାପିଟାଲ ପୋଲିସକୁ ଜଣାଇଥିଲେ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ନବଜାତ ଶିଶୁଟି କାହାର, ମୃତଦେହକୁ କିଏ ଡଷ୍ଟବିନରେ ରଖିଛି, କାହିଁକି ଏପରି କରିଛି ତାହାର କାରଣ ଅସ୍ପଷ୍ଟ । ସେପଟେ ଏସବୁର କାରଣ ଜାଣିବା ପାଇଁ ସିସିଟିଭି ଫୁଟେଜ ଯାଞ୍ଚ କରୁଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ ।

Get real time updates directly on you device, subscribe now.