ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଗଣତି ଶେଷ ହେବା ପରେ ଫଳାଫଳ ଘୋଷଣା କରାଯାଇଛି । ଏଥିରେ ଭାରତୀୟ ଜନତା ପାର୍ଟି ବହୁମତ ହାସଲ କରିଛି । ତେବେ କୋହ୍ଲାପୁରର ଚନ୍ଦଗଡ ବିଧାନସଭା କ୍ଷେତ୍ରରୁ ସ୍ବାଧୀନ ପ୍ରାର୍ଥୀ ଶିବାଜୀ ପାଟିଲ ବାଜି ମାରିଛନ୍ତି । ତେବେ ଜିତିବା ପରେ ସ୍ବାଧୀନ ପ୍ରାର୍ଥୀ ଖୁସି ମନାଇଥିବା ମଧ୍ୟ ନଜରକୁ ଆସିଛନ୍ତି । ଜେସିବି ଫଗୁ ଉଡାଉଥିବା ବେଳେ ସବୁ ଖୁସି ମନାଉଥିବା ଦେଖାଯାଇଥିଲା । ଏହି ସମୟରେ ହଠାତ୍ ଘଟିଲା ଭୟଙ୍କର ଦୁର୍ଘଟଣା । ହଠାତ୍ ଲାଗିଲା ନିଆ, ଫଳରେ ସ୍ବାଧୀନ ପ୍ରାର୍ଥୀ ଶିବାଜୀଙ୍କ ସହିତ 3ରୁ 4 ଜଣ ମହିଳା ଆହତ ହୋଇଛନ୍ତି ।
ସୂଚନା ଅନୁସାରେ, ଏହି ଘଟଣା ମଗଗାଓଁରେ ହୋଇଛି । ଜେସିବିରେ ଫଗୁ ଉଡାଇବା ବେଳେ ନିଆଁ ଲାଗିବା ଘଟଣା କ୍ୟାମେରାରେ କଏଦ ହୋଇଛି । କୁହାଯାଉଛି ଯ, ଚନ୍ଦଗଡ ତଦସିଲର ମହାଗାଓଁରେ ଶିବାଜୀ ପାଟିଲଙ୍କର କିଛି ସମର୍ଥକ ମହିଳାଙ୍କ ଦ୍ବାରା ପୂଜାର ଆୟୋଜନ କରାଯାଇଥିଲା । ଏହି ସମୟରେ ଅଧିକ ମାତ୍ରାରେ ଫଗୁ ପଡିବା କାରଣରୁ ନିଆଁ ଧାସ ଉପରକୁ ଉଠିଥିଲା । ତେବେ ଏହି ଘଟଣା ଯୋଗୁଁ କେତେକ ମହିଳା ଗୁରୁତର ରହିଥିବା ନେଇ ମଧ୍ୟ ସୂଚନା ରହିଛି । ତେବେ ନିଆଁ ଲାଗିବା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା । ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Newly Elected Independent candidate Shivaji Patil who won from Chandgad Assembly constituency,was injured in a fire during his victory celebrations.
Some women who were in the procession have also been injured#chandgad#Kolhapur #MaharashtraElection2024 pic.twitter.com/jTpZZQneot
— Indrajeet chaubey (@indrajeet8080) November 24, 2024