fbpx

ଶପଥ ନେଲେ ନବନିର୍ବାଚିତ ମେୟର ସୁବାସ ସିଂ

କଟକ(ଓଡ଼ିଶା ଭାସ୍କର): କଟକ ମହାନଗର ନିଗମ ମେୟର ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ସୁବାସ ସିଂ । ନବନିର୍ବାଚିତ ମେୟର ଭାବେ ସୁବାସ ଶପଥ ନେଇଛନ୍ତି । ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହା ସହ ସମସ୍ତ କର୍ପୋରେଟର ମଧ୍ୟ ଶପଥ ଗ୍ରହଣ କରିଛନ୍ତି ।

ତେବେ ଭୁବନେଶ୍ୱର ଓ ବ୍ରହ୍ମପୁର ପରି କଟକ ମେୟର ପଦ ମଧ୍ୟ ହାତେଇଛି ବିଜେଡି । କଟକର ନୂଆ ମେୟର ଭାବେ ସୁବାସ ସିଂ ବିଜୟୀ ହୋଇଛନ୍ତି । ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଗିରିବାଳା ବେହେରାଙ୍କୁ ହରାଇ ସୁବାସ ସିଂ କଟକର ନୂଆ ମେୟର ନିର୍ବାଚନରେ ବିଜୟୀ ହୋଇଛନ୍ତି ।

କିଛିଦିନ ତଳେ ଶିଶୁ ଭବନ ଆହାର କେନ୍ଦ୍ରରେ ନବ ନିର୍ବାଚିତ କଟକ ମହାନଗର ନିଗମର ମେୟର ସୁବାସ ସିଂ ଖାଦ୍ୟର ମାନ ଯାଞ୍ଚ କରିଥିଲେ । ଆହାର କେନ୍ଦ୍ର ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଏକମାତ୍ର ମାଧ୍ୟମ ସାଜିଥିବାରୁ ରବିବାର ଆହାର କେନ୍ଦ୍ର ଖୋଲିବା ପାଇଁ ସେ ଉଦ୍ୟମ କରିବେ ବୋଲି ଶ୍ରୀ ସିଂ କହିଥିଲେ । ପୂର୍ବ ଭାରତର ସର୍ବ ବୃହତ ଶିଶୁ ଚିକିତ୍ସା ପ୍ରତିଷ୍ଠାନ ସର୍ଦ୍ଦାର ବଲ୍ଲଭ ଭାଇ ଶିଶୁ ଚିକିତ୍ସା ପ୍ରତିଷ୍ଠାନ । ସାରା ଓଡିଶାର ଶିଶୁ ରୋଗୀଙ୍କ ସମେତ ପଡ଼ୋଶୀ ରାଜ୍ୟର ଶିଶୁ ରୋଗୀ ଏହି ହସ୍ପିଟାଲ ଉପରେ ନିର୍ଭର କରନ୍ତି । ଆହାର କେନ୍ଦ୍ର ଏହି ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଏକମାତ୍ର ମାଧ୍ୟମ ସାଜିଛି । ତେବେ ରବିବାର ଦିନ ଆହାର କେନ୍ଦ୍ର ବନ୍ଦ ରହୁଥିବାରୁ ଲୋକମାନେ ସମସ୍ୟା ଭୋଗୁଛନ୍ତି । ଏଣୁ ରବିବାର ଆହାର କେନ୍ଦ୍ର ଖୋଲିବା ପାଇଁ ଉଦ୍ୟମ କରିବେ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.