ବାହାଘରକୁ ୧୨ଦିନ ହୋଇଥିଲା; ହାତରୁ ମେହେନ୍ଦି ଲିଭିନଥିଲା, ହେଲେ ମଥାରୁ ସିନ୍ଦୁର ପୋଛିଦେଲା ପ୍ରୋସେସନ୍

ଗଜପତି: ବାହାଘରକୁ ମାତ୍ର ୧୦-୧୨ଦିନ ହୋଇଥିଲା , ହାତରୁ ମେହେନ୍ଦି ଲିଭି ନଥିଲା , ନବବଧୂଙ୍କ ପାଦରୁ ଅଳତା ବି ଛାଡି ନଥିଲା , ବେଶ ହସଖୁସିରେ କଟିଥିଲା ଏଇ ଦିନ କେଇଟା । ହେଲେ ସବୁ ସୁଖ ଯେ ଅସରନ୍ତି ଦୁଃଖରେ ପରିଣତ ହୋଇଯିବ ଏ ନବବଧୂ ଜଣଙ୍କ କେବେ ଭାବି ନଥିଲେ । ହସ ଖୁସିର ସଂସାର ଆରମ୍ଭ ହେଉ ହେଉ ସବୁ କିଛି ମାଟିରେ ମିଶିଗଲା । ହେଲେ ବାହାଘର ପ୍ରୋସେନ ନବବଧୂର ମଥାରୁ ସିନ୍ଦୁର ଆଉ ହାତର ଶଙ୍ଖାକୁ ଛଡାଇ ନେଲା । ସ୍ତ୍ରୀ ତୋରାଣୀ ଖାଇବାକୁ ନିଜ ବାପଘରକୁ ଯାଇଥିବା ବେଳେ ଏପଟେ ସ୍ୱାମୀକୁ ବାହାଘର ପ୍ରୋସେନରେ ଅତି ବିଭସ୍ତ ଭାବରେ ହତ୍ୟା କରାଯାିଛି । ଖବର ପାଇ କାନ୍ଦି କାନ୍ଦି ବାପାଘରକୁ ଦୌଡି ଆସିଛନ୍ତି ସ୍ତ୍ରୀ।

ଘଟଣା ହେଉଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଗ୍ରାମର । ଏକ ବାହା ଘର ପ୍ରୋସେସନ ରେ ଘଟିଥିଲା ଏପରି ଘଟଣା । ସୂଚନା ମୁତାବକ ଚନ୍ଦ୍ରଗିରି ଗ୍ରାମରେ ଏକ ବାହା ଘର ପ୍ରୋସେସନ ଚାଲିଥିଲା, ଡିଜେ ବାଜୁଥିଲା, ଆଉ ସମସ୍ତେ ନାଚ ଗୀତ ମସଗୁଲ ଥିଲେ, ହଠାତ୍ ଘଟିଗଲା ହତ୍ୟାକାଣ୍ଡ। କେହି କିଛି ବୁଝିବା ଆଗରୁ ହଠାତ୍ ପ୍ରଶାନ୍ତ ପ୍ରଧାନଙ୍କୁ ହୋଇଥିଲା ଛୁରାରେ ଆକ୍ରମଣ । ଆଉ ଘଟଣା ସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଥିଲା । ଘଟଣା ସ୍ଥଳରେ ପ୍ରଶାନ୍ତ ପଡିଯାଇଥିଲେ, ସାଙ୍ଗେ ସାଙ୍ଗେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ପ୍ରଶାନ୍ତଙ୍କୁ ଚନ୍ଦ୍ରଗିରି ସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ବଞ୍ଚିପାରିଲେନି ପ୍ରଶାନ୍ତ ।

ଆଉ ପ୍ରଶାନ୍ତ ନିଜ ପତ୍ନୀକୁ ଶଶୁର ଘରେ ଛାଡି ଚନ୍ଦ୍ରଗିରି ଆସିଥିଲେ । ତେବେ ସ୍ୱାମୀଙ୍କ ମୃତ ଖବର ପାଇବା ପରେ ସ୍ତ୍ରୀ ଆସି ଏବେ ରାସ୍ତାରେ । ଘଟଣା ସ୍ଥଳରୁ ଫେରାର ହୋଇଥିବା ଶ୍ରୀହରି ପ୍ରାଧକ୍ଷନ ନାମକ ଯୁବକକୁ ପୋଲିସ କାବୁ କରିଛି । ତେବେ ସକାଳୁ ସକାଳୁ ସ୍ଥାନୀୟ ଲୋକେ ରାସ୍ତା ରୋକ କରିବା ସହ ନ୍ୟାୟ ପାଁଇ ଦାବି କରିଛନ୍ତି କ୍ଷତେବେ ଶ୍ରୀହରି ଆଗରୁ ଗୋଟିଏ ୱେବ ଚାନାଲ ସାମ୍ବାଦିକ ଭାବେ କାମକରୁଥିଲେ । ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଶ୍ରୀହରିଙ୍କ ଘରେ ଲୋକେ ନିଆଁ ଲଗାଇଦେଇଛନ୍ତି । ମୋହନା ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକା ତଦନ୍ତ ଜାରି ରଖିଛି ।