fbpx

ବିବାହ ଷ୍ଟେଜରେ ଝୁଲାରୁ ଖସିପଡିଲେ ଦମ୍ପତ୍ତି: ଦେଖନ୍ତୁ Viral Video

ନୂଆଦିଲ୍ଲୀ: ନିଜ ବିବାହକୁ ଚର୍ଚ୍ଚିତ କରିବାର ପ୍ରୟାସ ଜନୈକ ଦମ୍ପତ୍ତିଙ୍କୁ ମହଙ୍ଗା ପଡିଛି । ବିବାହକୁ ସ୍ମରଣୀୟ କରିବା ପ୍ରୟାସରେ ଅଳ୍ପକେ ଅଘଟଣରୁ ବର୍ତ୍ତି ଯାଇଛନ୍ତି ଏହି ଦମ୍ପତ୍ତି । ଛତିଶଗଡର ରାୟପୁରରେ ହେଉଥିବା ଏକ ବିବାହରେ ବର କନ୍ୟା ଉପରକୁ ଯାଉଥିବା ବେଳେ ଝୁଲାରୁ ଖସି ପଡିଥିଲେ । ତେବେ ସୌଭାଗ୍ୟ ବଶତଃ ଏହି ନବ ଦମ୍ପତ୍ତି ୫ ଫୁଟ ଉପରୁ ପଡିଥିଲେ ହେଁ ଆଘାତ ଲାଗିନାହିଁ ।

ବିବାହ ମଣ୍ଡପରେ ଗୀତ ବାଜୁଥିବା ବେଳେ ବର କନ୍ୟା ବାଣ ଓ ଆଲୋକ ସଜ୍ଜା ମଧ୍ୟରେ ଉପରକୁ ଉଠୁଥିଲେ । ସୟାଜୀ ହୋଟେଲରେ ଏହି ବିବାହ ଅନୁଷ୍ଠିତ ହେଉଥିଲା । ବର-କନିଆଁଙ୍କୁ ଉପରକୁ ଉଠାଉଥିବା ଝୁଲା ଅଚାନକ ଛିଡି ଯାଇଥିଲା । ଝୁଲାକୁ ଏକ କ୍ରେନରେ ଉଠା ଯାଉଥିବା ବେଳେ ରଶିଟି ଛିଡି ଯାଇଥିଲା । ଲଥ୍ କରି ତଳେ ପଡି ଯାଇଥିଲେ ଏହି ନବ ଦମ୍ପତ୍ତି । ଦେଖନ୍ତୁ ଭିଡିଓ…..

Get real time updates directly on you device, subscribe now.