fbpx

ଅଚାନକ ବେକାବୁ ହେଲା ସଂକ୍ରମଣ, ଆଜିଠୁ ୧୫ ଦିନ ପାଇଁ ବାର୍‌ ବନ୍ଦ

ସମ୍ବଲପୁର, (ଭାସ୍କର ନ୍ୟୁଜ୍):  ରାଜ୍ୟ ଅଚାନକ ବେକାବୁ ହେଲା ସଂକ୍ରମଣ। ଦୁଇଗୁଣ ବୃଦ୍ଧି ପାଇଲା କରୋନା ପଜିଟିଭଙ୍କ ସଂଖ୍ୟା।  ସଂକ୍ରମଣ ଦୃଷ୍ଟି ରଖି ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ନେଇ ଗାଇଡ଼ଲାଇନ୍ ଜାରି କରିଛନ୍ତି। ସେପଟେ ସମ୍ବଲପୁର ସହରରେ  କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଗୁରୁବାରଠୁ ୧୫ ଦିନ ଯାଏ ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟ ବନ୍ଦ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଅତି ଜରୁରୀ ମାମଲାର ଶୁଣାଣିରେ ଭର୍ଚୁଆଲ୍‌ ମୋଡ୍‌ରେ କରାଯିବା ନେଇ ବି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ବର୍ତ୍ତମାନ ଯାଏ ସମ୍ବଲପୁରର ବାର୍‌ର ୧୦-୧୫ ଜଣ ସଦସ୍ୟ ପଜିଟିଭ୍‌ ଚିହ୍ନଟ ହୋଇସାରିଲେଣି । ଏଭଳି ସ୍ଥିତିରେ କୋର୍ଟରେ ବ୍ୟକ୍ତିଗତ ଉପସ୍ଥିତି ଉପରେ ଆଇନ୍‌ଜୀବୀମାନେ ଅନିଚ୍ଛାବ୍ୟକ୍ତ କରିଛନ୍ତି । ସେପଟେ, ରେଭେନ୍ୟୁ କୋର୍ଟ ଓ ଡିଏସ୍‌ଆର୍‌ ଅଫିସ୍‌ରେ ଉପସ୍ଥିତି ବି ଆସନ୍ତା ୧୫ ଦିନ ଯାଏ ବନ୍ଦ ରଖିବାକୁ ବାର୍‌ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ନେଇ ଏକ ପ୍ରେସ୍‌ ବିବୃତି ଯୋଗେ ସୂଚନା ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.