fbpx

ଆହୁରି ଦୁଇ ସପ୍ତାହ ତାତିରୁ ମିଳିବନି ତ୍ରାହି: ଆଗକୁ ୩ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଇଏମ୍‌ଡି ପକ୍ଷରୁ ୬ ଜିଲ୍ଲା୍କୁ ପାଇଁ ୟେଲୋ ୱାର୍ଣ୍ଣିଂ

Advertisement

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଗତ କିଛିଦିନ ହେବ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ପାରଦ ଦିନକୁ ଦିନ ଉପରମୁହାଁ ହେବାରେ ଲାଗିଛି । ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଗୁଳୁଗୁଳି ଓ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିକାଇଛି । ଏପରିକି ଦିନ ୧୧ଟା ପରେ ସହରର ଦୋକାନ ବଜାର ବନ୍ଦ ରହିବା ସହ ରାସ୍ତାଘାଟ ଜନଶୂନ୍ୟ ହୋଇପଡୁଛି । ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଏପରି ସ୍ଥିତିରେ ଭାରତୀୟ ପାଣିାଗ ବିଭାଗ ଆହୁରି ଦୁଇ ସପ୍ତାହ ଯାଏ ଏପରି ତାତି ଲାଗି ରହିବ ବୋଲି ସୂଚନା ଦେବାପରେ ରାଜ୍ୟବାସୀ ଭୟଭୀତ ହୋଇପଡ଼ିଛନ୍ତି । ଏଥିନେଇ ଆଇଏମ୍‌ଡି ପକ୍ଷରୁ ରାଜ୍ୟର ୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ଘରୁ ବାହାରିଲେ ସତର୍କତା ଅବଲମ୍ବନ କରିବାପାଇଁ ପରାମର୍ଶ ଦିଆଯାଇଛି ।

ରାଜ୍ୟର ଉପକୂଳଠାରୁ ଆରମ୍ଭ କରି ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶା ସବୁଠି ରାଜ୍ୟବାସୀ ତାତିରେ ଛଟପଟ ହେଉଛନ୍ତି । ତେବେ ୨୬ରୁ ୨୯ ଯାଏ ତାତିର ପ୍ରଭାବ ବହୁ ଅଧିକ ରହିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ଯେ ଏହି ସମୟ ମଧ୍ୟରେ ପାରଦ ୩ରୁ ୫ ଡିଗ୍ରୀ ଅଧିକ ରହିବ । ଅନେକ ସ୍ଥାନରେ ପାରଦ ମଧ୍ୟ ବୃଦ୍ଧି ପାଇବ । ୨୬ ତାରିଖ ଠାରୁ ୨୮ ତାରିଖ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ମଧ୍ୟରେବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆଶଙ୍କାରେ ସୋନପୁର, ବୌଦ୍ଧ, ବଲାଙ୍ଗିର, ଖୋର୍ଦ୍ଧା ଏବଂ ନୟାଗଡ଼ ଭଳି ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପକ୍ଷରେ ପ୍ରଚଣ୍ଡ ତାତି ଯୋଗୁଁ ଅଂଶୁଘାତ ଭୟ ମଧ୍ୟ ଲାଗିରହିଛି । ଏହାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ପର୍ବ ମଧ୍ୟ ଆରମ୍ଭ ହୋଇଛି । ରାଜ୍ୟର ସବୁ ସରକାରୀ ହସ୍ପିଟାଲରେ ଏଥିଲାଗି ବେଡ୍‌ର ବ୍ୟବସ୍ଥା କରାଯାଇଛି ।

ସୂଚନାଯୋଗ୍ୟ ଯେ ରବିବାର ରାଜଧାନୀ ଭୁବନେଶ୍ୱର ୪୩.୩ ଡିଗ୍ରୀ ସହ ରାଜ୍ୟର ଦ୍ୱିତୀୟ ଉତ୍ତପ୍ତ ସହର ହୋଇଥିବାବେଳେ ୪୩.୮ ଡିଗ୍ରୀ ସହ ସୋନପୁର ପ୍ରଥମ ସ୍ଥାନରେ ରହିଥିଲା । ତେବେ ସୋମବାର ୪୪ ଡିଗ୍ରୀ ତାପମାତ୍ରା ସହ ବଲାଙ୍ଗୀର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ବିବେଚିତ ହୋଇଥିବାବେଳେ ୨୭ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଟିଟିଲାଗଡ଼ରେ ୪୩.୮, ବାରି ଦା ଓ ଝାରସୁଗୁଡ଼ାରେ ୪୨.୨, ବୌଦ୍ଧ, ଦେବଗଡ଼ ଓ ଢେଙ୍କାନାଳରେ ୪୨.୫, ଅନୁଗୋଳରେ ୪୩.୭, ସୋନପୁରରେ ୪୩.୪, କେନ୍ଦ୍ରାପଡ଼ାରେ ୪୨.୨, ଖୋର୍ଦ୍ଧା ଓ ବରଗଡ଼ରେ ୪୨, ତାଳଚେର ଓ ସମ୍ବଲପୁରରେ ୪୩, ହୀରାକୁଦରେ ୪୨.୬, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ୪୨.୫, ଭଦ୍ରକରେ ୪୧.୫, ଯାଜପୁରରେ ୪୧.୯, ନୂଆପଡ଼ାରେ ୪୧, ନୟାଗଡ଼ରେ ୪୧, ମାଲକାନଗିରିରେ ୪୦, ଭୁବନେଶ୍ୱରରେ ୪୦.୮, କଟକରେ ୪୦.୨ ଓ ଚାନ୍ଦବାଲିରେ ୪୦.୩ ଡିଗ୍ରୀ ରେକର୍ଡ କରାଯାଇଛି ।

Get real time updates directly on you device, subscribe now.