fbpx

ଆଜି-କାଲି ରାଜ୍ୟରେ ବର୍ଷା ସମ୍ଭାବନା କମ୍, ୨୧ରୁ ବଢ଼ିବ ବର୍ଷା

ଭୁବନେଶ୍ୱର (ଭାସ୍କର ନ୍ୟୁଜ): ରାଜ୍ୟରେ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଥିବା ବେଳେ ସୋମବାରଠୁ ସାମାନ୍ୟ ହ୍ରାସ ପାଇଛି। ଫଳ ବିଭିନ୍ନ ଜିଲ୍ଲାରେ ବର୍ଷାର ପରିମାଣ କମିଛି। ତେବେ ଆଜି ଓ କାଲି ରାଜ୍ୟରେ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ। ଉତ୍ତର ଆଭ୍ୟନ୍ତରୀଣ ଓ ଅନ୍ୟ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ।

ଆସନ୍ତା ୨୧ରେ ପାଗ ବଦଳିବା ସହ ବର୍ଷାର ପରିମାଣ ବଢ଼ିପାରେ। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇ ଆର୍ଲଟ ଜାରି କରାଯାଇଛି।ସେହିପରି ଉତ୍ତର ଓଡ଼ିଶା ଉପରେ ଥିବା ଲଘୁଚାପ ଏବେ ଛତିଶଗଡ଼ ଦେଇ ଉତ୍ତର ପୂର୍ବ ବଦର୍ଭ ଉପରେ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Get real time updates directly on you device, subscribe now.