fbpx

ଅଗଷ୍ଟ ୯ରେ ମିଳିବ ପିଏମ୍‌-କିଷାନର ପରବର୍ତ୍ତୀ କିସ୍ତି, ଭିଡିଓ କନଫରେନ୍ସିଂ ମାଧ୍ୟମରେ ଚାଷୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

Advertisement

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଅଗଷ୍ଟ ୯ ଅପରାହ୍ନ ୧୨.୩୦ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‌- କିଷାନ) ଯୋଜନା ଅଧିନରେ ଆର୍ଥିକ ସୁବିଧାର ପରବର୍ତ୍ତୀ କିସ୍ତି ମଞ୍ଜୁର କରିବେ । ୯.୭୫ କୋଟି କୃଷି ପରିବାରର ହିତାଧିକାରୀଙ୍କୁ ଏହା ଜରିଆରେ ୧୯,୫୦୦ କୋଟିରୁ ଅଧିକ ଅର୍ଥ ଟ୍ରାନ୍ସଫର କରାଯିବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୃଷକ ହିତାଧିକାରୀମାନଙ୍କ ସହିତ ଆଲୋଚନା କରିବା ସଂଗେ ସଂଗେ ଦେଶକୁ ସମ୍ବୋଧିତ କରିବେ ।

ଉଲ୍ଲେଖ୍ୟଯୋଗ୍ୟ ପିଏମ୍‌-କିଷାନ ଯୋଜନା ଅଧିନରେ କୃଷକ ପରିବାରର ଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରତି ବର୍ଷ ୬୦୦୦ ଟଙ୍କା କରି ପ୍ରଦାନ କରାଯାଇଥାଏ । ପ୍ରତ୍ୟେକ ସମାନ ୪ମାସିଆ ତିନିଟି କିସ୍ତିରେ ୨୦୦୦ ଟଙ୍କା କରି ଦିଆଯାଏ । ଏହି ଅର୍ଥ ସିଧାସଳଖ ହିତାଧିକାରୀମାନଙ୍କ ବ୍ୟାଙ୍କ୍‌ ଆକାଉଂଟକୁ ପଠାଯାଇଥାଏ । ଏହି ଯୋଜନାରେ ୧.୩୮ ଲକ୍ଷ କୋଟି ଟଙ୍କାରୁ ଅଧିକ ସମ୍ମାନ ରାଶି କୃଷକ ପରିବାରଗୁଡିକୁ ପଠାଯାଇଛି । ଏହି ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.