fbpx

ଆଣ୍ଟିଲିଆ ମାମଲାରେ ଆଉ ଜଣକୁ ଗିରଫ କଲା ଏନଆଇଏ

ମୁମ୍ବାଇ , 11/4: ନ୍ୟାସନାଲ ଇଭେଷ୍ଟିଗେସନ ଏଜେନ୍ସି (NIA) ଆଣ୍ଟିଲିଆ ମାମଲାରେ ରବିବାର ମୁମ୍ବାଇ ପୋଲିସର ଆସିଷ୍ଟାଣ୍ଟ ପୋଲିସ ଇନସ୍ପେକ୍ଟର  ରିୟାଜ କାଜିଙ୍କୁ ଗିରଫ କରିଛି । ଗିରଫ କାଜି ସଚିନ ୱାଜେର ଘନିଷ୍ଠ ସହଯୋଗୀ ବୋଲି ଜଣାପଡିଛି । କାଜି ମୁମ୍ବାଇ ପୋଲିସର ୟୁନିଟରେ ସଚିନଙ୍କ ସହ କାମ କରିଥିଲେ । ଏନଆଇଏର ସୂଚନା ଅନୁଯାୟୀ, କାଜି ଆଣ୍ଟିଲିଆ ମାମଲା ସହିତ ଜଡିତ, ଏବଂ ମାମଲା ର ପ୍ରମାଣ ନଷ୍ଟ କରିବା ପାଇଁ ସଚିନ ୱାଜେର ସାହାଯ୍ୟ ମଧ୍ୟ କରୁଥିଲା ।
ମୁମ୍ବାଇ ପୋଲିସର ଏପିଆଇ ରିୟାଜ କାଜିକୁ ଏନଆଇଏ ବହୁତ ଦିନ ଧରି ପଚାର ଉଚରା କରିବାପରେ ଆଜି ଗିରଫ କରିଛି । ଏନଆଇ ର ତଥ୍ୟ ଅନୁସାରେ କାଜି ମୁଖ୍ୟତଃ ପ୍ରମାଣନଷ୍ଟ କରିବାକୁ ସଚିନ ୱାଜେକୁ ସହଯୋଗ କରୁଥିଲା ।
କୁହାଯାଉଛି କାଜି ହିଁ ସଚିନ ୱାଜେଙ୍କ ଘରୁ ପ୍ରମାଣ ନଷ୍ଟ ପାଇଁ ସିସିଟିଭିର ରେକର୍ଡିଂ ବକ୍ସକୁ ନେଇଯାଇଥିଲା । କାଜିକୁ ଗାଡିର ନକଲି ନମ୍ବର ପ୍ଲେଟ କିଣିବା ମାମଲରେ ମଧ୍ୟ ଦୋଷୀ ରହିଛି, ଏହା ଛଡା କାଜି ଉପରେ ଆହୁରି ମଧ୍ୟ ଆରୋପ ରହିଛି ଯାହା ଯୋଗୁଁ ତାଙ୍କୁ ଗିରଫ କରାଯାଇଛି ।
ରିୟାଜ କାଜିକୁ େପୋଲିସ ଜାମିନରେ ନେବା ପାଇଁ ଆଜି ତାଙ୍କୁ କୋର୍ଟରେ ହାଜର କରିବ । ସେପଟେ ମୁମ୍ବାଇ ପୋଲିସର ପୂର୍ବତନ ଅଧିକାରୀ ସଚିନ ୱାଜେଙ୍କୁ ଆଣ୍ଟିଲିଆ ଏବଂ ମନସୁଖ ହତ୍ୟା କେସରେ ଗିରଫ କରାଯାଇଛି ।
ସୂଚନାଥାଉକି, ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋଟକ ଭର୍ତ୍ତି ଗାଡି ରଖିବା ମାମଲାରେ ସଚିନ ବାଜେଙ୍କୁ ଗିରଫ କରାଯାଇଥିଲା । ଏବେ ଏହାକୁ ନେଇ ଏକ ନୁଆ ଖୁଲାସା କରିଛି ଏନଆଇଏ, ଯେ ବିସ୍ଫୋଟକ ରଖିବା ପରେ ସଚିନ ବାଜେ ଏକ ବଡ ଏନକାଉଣ୍ଟରର ଯୋଜନା ମଧ୍ୟ କରିଥିଲେ ।

Get real time updates directly on you device, subscribe now.