BREAKING: ପ୍ରଶାନ୍ତଙ୍କ ପତ୍ନୀ, ପୁଅକୁ ପଚରାଉଚରା କରୁଛନ୍ତି ଏନଆଇଏ ଟିମ୍‌

ବାଲେଶ୍ୱର ଇସାଣୀ ଗାଁରେ ଏନଆଇଏ ୩ ଜଣିଆ ଟିମ୍‌। ମୃତ ପ୍ରଶାନ୍ତଙ୍କ ଘରେ ପହଞ୍ଚି ପଚରାଉଚରା କରୁଛନ୍ତି ଏନଆଇଏ ଟିମ୍‌।

ବାଲେଶ୍ୱର: ବାଲେଶ୍ୱର ଇସାଣୀ ଗାଁରେ ଏନଆଇଏ ୩ ଜଣିଆ ଟିମ୍‌। ମୃତ ପ୍ରଶାନ୍ତଙ୍କ ଘରେ ପହଞ୍ଚି ପଚରାଉଚରା କରୁଛନ୍ତି ଏନଆଇଏ ଟିମ୍‌। ପହଲଗାମ ଆତଙ୍କୀ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ ପ୍ରଶାନ୍ତ।

ପହଲଗାମ ଆତଙ୍କୀ ଆକ୍ରମଣ ଘଟଣା ନେଇ ପ୍ରଶାନ୍ତଙ୍କ ପତ୍ନୀ ଓ ପୁଅଙ୍କୁ ପଚରାଉଚରା କରୁଛନ୍ତି ଏନଆଇଏ ଟିମ୍‌। ପ୍ରଶାନ୍ତଙ୍କ ପତ୍ନୀଙ୍କ ଏବଂ ପୁଅ ଆତଙ୍କବାଦୀ ଆକ୍ରମଣର ଥିଲେ ପ୍ରତ୍ୟକ୍ଷଦର୍ଶୀ।

ମଙ୍ଗଳବାର ଦିନ ପହଲଗାମରେ ବୁଲୁଥିବା ବେଳେ ପ୍ରଶାନ୍ତ ଆତଙ୍କୀ ହମଲାର ଶିକାର ହୋଇଥିଲେ। ପ୍ରଶାନ୍ତଙ୍କ ମୁଣ୍ଡକୁ ଗୁଳି କରିଥିଲେ ଆତଙ୍କୀ।

ଗୁଳି ପରେ ମଧ୍ୟ ଘଣ୍ଟାଏ ପର୍ଯ୍ୟନ୍ତ ଜୀବନ ସହ ଲଢ଼ିଥିଲେ ପ୍ରଶାନ୍ତ। ହେଲେ ତାପରେ ପ୍ରଶାନ୍ତଙ୍କ ଦେହାନ୍ତ ହୋଇଥିଲା। ସେଠି ଅନ୍ୟ ସମସ୍ତଙ୍କ ମଧ୍ୟ ପ୍ରଶାନ୍ତଙ୍କ ପତ୍ନୀ ସ୍ୱାମୀଙ୍କୁ ବଞ୍ଚାଇ ଦେବାକୁ ସାହାର୍ଯ୍ୟ ମାଗିଥିଲେ ହେଲେ ଆତଙ୍କୀ ଭୟରେ କେହି ବି ସାହାର୍ଯ୍ୟ କରିବାକୁ ଆଗକୁ ବଢ଼ିନଥିଲେ।

ପ୍ରଶାନ୍ତଙ୍କ ଦେହାନ୍ତଙ୍କୁ ଆଜିକୁୂ ୫ ଦିନ ହୋଇଛି। ଏବେବି ପରିବାରରେ ପ୍ରଶାନ୍ତଙ୍କ ଝୁରି ହେଉଛନ୍ତି।